ପୁଣେ: ଆଜି ପୂର୍ବାହ୍ନ ୧୧.୩୦ରେ ମହାରାଷ୍ଟ୍ରର ପୁଣେ ଅନ୍ତର୍ଗତ ଇନ୍ଦାପୁର ତହସିଲ୍ ଅଞ୍ଚଳର କାଦବନୱାଡ଼ି ଗାଁରେ ଥିବା ଗୋଟାଏ ଫାର୍ମରେ ତାଲିମ ନିମନ୍ତେ ଉଦ୍ଦିଷ୍ଟ ଗୋଟାଏ ଏକ ଆସନବିଶିଷ୍ଟ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ୨୨ ବର୍ଷୀୟ ମହିଳା ପାଇଲଟ୍ ଆହତ ହୋଇଛନ୍ତି।
ପୁଣେର ଏସ୍. ପି. ଅଭିନବ ଦେଶମୁଖ କହିଛନ୍ତି, ବିମାନଟି ହେଉଛି ପାଇଲଟ୍ମାନଙ୍କୁ ତାଲିମ ଦେଉଥିବା ପ୍ରତିଷ୍ଠାନ ‘କାର୍ଭର୍ ଏଭିଏସନ୍ କମ୍ପାନି’ର।
Image Courtesy of India Todayଆଜି ସକାଳେ ପୁଣେର ବାରାମତୀ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବିଶେଷକରି ବିମାନଟିର ସମ୍ମୁଖ ଭାଗଟି ଭୀଷଣ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାର ବାସ୍ତବ କାରଣ ଜାଣିବା ନିମନ୍ତେ ତଦନ୍ତ ଚାଲିଛି।
ବିମାନଟିରେ ବୈଷୟିକ ତ୍ରୁଟି ଦେଖା ଦେବାରୁ ତାଲିମ୍ ଗ୍ରହଣ କରୁଥିବା ଭାବିକା ରାଠୋର୍ ନାମ୍ନୀ ପାଇଲଟ୍ ଜରୁରୀ ଅବତରଣ କରିବାକୁ ଉଦ୍ୟମ କରୁଥିଲେ। ସାମାନ୍ୟ ଆହତ ହୋଇଥିବା ପାଇଲଟ୍ ଭାବିକାଙ୍କୁ ଚିକିତ୍ସା ନିମନ୍ତେ ନବଜୀବନ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/pilot.jpg)