ଅନେକ ଆଶା ନେଇ ବିମାନ ଉଡ଼ାଉ ଥିବା ବେଳେ ବିଜୁଳି ଖମ୍ଭରେ ପିଟି ‌ହୋଇ ପ୍ରଶିକ୍ଷଣ ପାଇଲଟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ଶନିବାର ଏକ ଏଭିଏସନ ଏକାଡେମିର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନ ଦୁର୍ଘଟଣାରେ ଜଣେ ପ୍ରଶିକ୍ଷଣ ପାଇଲଟଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ହୋଇଥିବା ପାଇଲଟଙ୍କ ନାମ ମହିମା, ସେ ତାମିଲନାଡୁରେ ବସବାସ କରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ମହିମା ତାମିଲନାଡୁର ଗୁଞ୍ଜୁର ଜିଲ୍ଲା ମଚେରଲାରୁ ଉଡାଣ ଆରମ୍ଭ କରିଥିଲେ। ବିମାନ ଉଡାଉ ଥିବା ସମୟରେ ସେ ବିଜୁଳି ଖମ୍ଭରେ ପିଟି ହୋଇଯାଇଥିଲେ। ଆଉ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୁଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଏହାପୂର୍ବରୁ କରୋନା ସଙ୍କଟ ମଧ୍ୟରେ ୨୦୨୧ ମଇ ୬ ତାରିଖରେ ମଧ୍ୟପ୍ରଦେଶ ସରକାରଙ୍କ ଷ୍ଟେଟ ପ୍ଲେନ ରେମଡିସିଭିର ଇନଜେକସନ ନେଇ ଅହମ୍ମଦାବାଦରୁ ଗ୍ବାଲିୟର ଯାଉଥିଲା। ଗ୍ବାଲିୟରରେ ବିମାନ ଅବତରଣ କରୁଥିବା ସମୟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଏହି ଦୁର୍ଘଟଣାରେ କ୍ୟାପଟେନ ସଇଦ ମାଜିଦ ଅଖତର ଓ ତାଙ୍କ ସାଥୀ ପାଇଲଟ ଶିବଶଙ୍କର ଜୟସବାଲ ସାମାନ୍ୟ ଆଘାତ ହୋଇଥିବା ବେଳେ ବିମାନ ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ମଧ୍ୟପ୍ରଦେଶ ସରକାର ଦାବି କରିଥିଲେ କି ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ରାଜ୍ୟ ସରକାରଙ୍କୁ ୮୫ କୋଟି ଟଙ୍କାର କ୍ଷତି ହୋଇଥିଲା।

ସମ୍ବନ୍ଧିତ ଖବର