ଅନ୍ତର୍ଜାତୀୟ ମହିଳା ଦିବସ ଉପଲ‌କ୍ଷେ ଏହି ଟ୍ରେନ୍‌ର ସମସ୍ତ କର୍ମଚାରୀ ମହିଳା

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ମହିଳା ଦିବସ ଉପଲ‌କ୍ଷେ ଭାରତୀୟ ରେଳବାଇ ଦ୍ବାରା ମାର୍ଚ୍ଚ ୧ରୁ ୧୦ ପର୍ଯ୍ୟନ୍ତ ବିଭିନ୍ନ ‘ଲିଙ୍ଗଗତ ସମାନତା’ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏହା ଅନ୍ତର୍ଗତ ଦକ୍ଷିଣ କେନ୍ଦୀୟ ରେଳବାଇ ଗତକାଲି ଏକ ସ୍ବତନ୍ତ୍ର ଯାତ୍ରୀବାହୀ ଟ୍ରେନ୍‌ ଆରମ୍ଭ କରିଛି। ଟ୍ରେନ୍‌ର ସମସ୍ତ କର୍ମଚାରୀ ମହିଳା। ଟ୍ରେନ୍‌ଟି ସିକନ୍ଦରାବାଦ୍‌ରୁ ବିକରାବାଦ୍‌ ଅଭିମୁଖେ ଯାତ୍ରା କରୁଛି। ସିକନ୍ଦରାବାଦ୍‌ ରେଳ ଷ୍ଟେସନ୍‌ର ଜଣେ ମହିଳା‌ ଷ୍ଟାଫ୍‌ଙ୍କ ଦ୍ବାରା ଏହି ଟ୍ରେନ୍‌ର ଶୁଭାରମ୍ଭ ହୋଇଥିଲା। ଟ୍ରେନ୍‌ରେ ଥିବା ସମସ୍ତ କର୍ମଚାରୀ ତଥା ଲୋକୋ ପାଇଲଟ୍‌, ସହଯୋଗୀ ଲୋକୋ ପାଇଲଟ୍‌, ଟ୍ରେନ୍‌ ଗାର୍ଡ, ଟିଟିଇ ଏବଂ ଆରପିଏଫ୍‌ ସଦସ୍ୟ ସମସ୍ତେ ମହିଳା। ଏହି ୭୨ କିମି ଯାତ୍ରା ପାଇଁ ୮୦ ମିନିଟ୍‌ ଲାଗୁଛି।

ସମ୍ବନ୍ଧିତ ଖବର