ନୂଆଦିଲ୍ଲୀ: ଏନ୍‌ସିପିର ଅସଲ ନିୟନ୍ତ୍ରଣ କାହା ହାତରେ ରହି‌ବ ସେନେଇ ସଂଘର୍ଷ ଆରମ୍ଭ ହୋଇଥିବା ବେଳେ ଆଜି ଏନ୍‌ସିପି ନେତା ଶରଦ ପାୱାରଙ୍କୁ ସମର୍ଥନ କରି ଦିଲ୍ଲୀରେ ପୋଷ୍ଟର ଲାଗିଛି। ଏନ୍‌ସିପି ଛାତ୍ର ଶାଖା ପକ୍ଷରୁ ଆଜି ଦିଲ୍ଲୀ ଅଫିସ ବାହାରେ ‘ଗଦ୍ଦାର’ ‌ପୋଷ୍ଟର ଲାଗିଛି। ଶରଦ ପାୱାରଙ୍କ ବିରୋଧରେ ଏନ୍‌ସିପି ନେତା ଅଜିତ ପାୱାରଙ୍କ ବିଦ୍ରୋହକୁ ଇଙ୍ଗିତ କରି ଏହି ପୋଷ୍ଟର ଲାଗିଛି। ରାଷ୍ଟ୍ରବାଦୀ ବିଦ୍ୟାର୍ଥୀ କଂଗ୍ରେସ ବାହୁବଳୀ ଫିଲ୍ମର ଏକ ଦୃଶ୍ୟକୁ ପୋଷ୍ଟରରେ ରଖିଛି। ଏହି ପୋଷ୍ଟରରେ ଅଜିତ ପାୱାରଙ୍କୁ ‘କଟପ୍ପା’ ଦର୍ଶାଯାଇଛି। ଯିଏ କି ‘ବାହୁବଳୀ’ ଶରଦ ପାୱାରଙ୍କୁ ପଛରୁ ଛୁରି ମାରୁଛନ୍ତି। ଏହି ପୋଷ୍ଟରରେ ‘ଗଦ୍ଦାର’ ଲେଖାଅଛି। କିନ୍ତୁ କୌଣସି ନେତାଙ୍କ ନାମ ଉଲ୍ଲେଖ ନାହିଁ। ପୋଷ୍ଟରରେ ଲେଖାଅଛି, ଦେଶଦ୍ରୋହୀମାନଙ୍କୁ ସାରା ଦେଶ ଦେଖୁଛି। ସାଧାରଣ ଜନତା ଏଭଳି ଲୋକଙ୍କୁ କେବେ ବି କ୍ଷମା ଦେବେନି।