ଜଳି ଯାଉଥିବା ସ୍ବାମୀଙ୍କୁ ବଞ୍ଚାଇ ନପାରିବାରୁ ନିଆଁକୁ ଡେଇଁ ପଡ଼ିଲେ ସ୍ତ୍ରୀ 

ସ୍ତ୍ରୀର ଆତ୍ମହତ୍ୟା ଖବର ଶୁଣି ବିଷ ପିଇଲେ ସ୍ବାମୀ

ଉତ୍ତରପ୍ରଦେଶ: ହମିରପୁର ଜିଲ୍ଲାରୁ ସ୍ବାମୀ-ସ୍ତ୍ରୀଙ୍କ ପ୍ରେମର ଏକ ଅଦ୍ଭୁତ କାହାଣୀ ସାମ୍ନାକୁ ଆସିଛି। ଏଠାରେ ସ୍ବାମୀଙ୍କ ଶରୀରରେ ନିଆଁ ଲାଗିଯାଇଥିବା ଦେଖି ସ୍ତ୍ରୀ ଏହାକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ବିଫଳ ରହିଥିଲେ। ଶେଷରେ ସେ ଆଗପଛ କିଛି ଚିନ୍ତା ନକରି ଜଳି ଯାଉଥିବା ସ୍ବାମୀଙ୍କୁ ଆଲିଙ୍ଗନ କରି ପକାଇଥିଲେ। ଗୁରୁତର ଅବସ୍ଥାରେ ସ୍ବାମୀ-ସ୍ତ୍ରୀଙ୍କୁ ଉଦ୍ଧାର କରି କାନପୁର ସ୍ଥାନାନ୍ତର କରି ଦିଆଯାଇଛି।

ସେହିପରି ଅନ୍ୟ ଏକ ଘଟଣାରେ ସ୍ତ୍ରୀ ଫାଶୀ ଲଗାଇ ଆତ୍ମହତ୍ୟା କରିବା ଖବର ସ୍ବାମୀ ପାଇବା ପରେ ସେ ବି ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ।

ପ୍ରଥମ ଘଟଣା ହମିରପୁର ଜିଲ୍ଲା ଭରୁଆସୁମେରପୁର ଥାନା ଅଞ୍ଚଳରେ ଘଟିଛି। ଏଠାରେ ବସବାସ କରୁଥିବା ରାହୁଲଙ୍କ ସ୍ତ୍ରୀ ଗତ ରବିବାର ସକାଳେ ଖାଦ୍ୟ ପ୍ରସ୍ତୁତ କରୁଥିଲେ। ଏହି ସମୟରେ ରାହୁଲ ରୋଷେଇ ଘରେ ବସି ଖାଉଥିବା ବେଳେ ହଠାତ ନିଆଁ ଲାଗିଯାଇଥିଲା। ଆଉ ଏହି ନିଆଁର ଶିକାର ହୋଇଥିଲେ ରାହୁଲ। ରାହୁଲଙ୍କୁ ଜଳୁଥିବା ଦେଖି ସ୍ତ୍ରୀ ଉକ୍ତ ନିଆଁ ଲିଭାଇବା ପାଇଁ ବହୁତ ଚେଷ୍ଟା କରିଥିଲେ, କିନ୍ତୁ ନିଆଁ ନଲିଭିବାରୁ ସ୍ତ୍ରୀ ସ୍ବାମୀଙ୍କ କଷ୍ଟ ଦେଖି ନପାରି ରାହୁଲଙ୍କୁ ଆଲିଙ୍ଗନ କରି ପକାଇଥିଲେ।

Hamirpur: Husband And Wife Burnt In Fire, Both In Critical Condition - Hamirpur: रसोई में बैठकर खाना खाते समय युवक के ऊपर गिरा डीजल का केन, पति को जलता देख लिपट गई

ଫଳରେ ତାଙ୍କ ଶରୀରରେ ବି ନିଆଁ ଲାଗି ଯାଇଥିଲା। ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁହିଁଙ୍କ ଅବସ୍ଥା ଶୋଚନୀୟ ହେବାରୁ କାନପୁର ସ୍ଥାନାନ୍ତର କରି ଦିଆଯାଇଥିଲା। ଦୁଇ ଗୁରୁତରଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି,‘ରାହୁଲଙ୍କ ଶରୀର ୮୦ ପ୍ରତିଶତ ଜଳି ଯାଇଥିବା ବେଳେ ସ୍ତ୍ରୀଙ୍କ ଶରୀର ୬୦ପ୍ରତିଶତ ପୋଡ଼ି ଯାଇଛି।’

ସେହିପରି ହମିରପୁର ଜିଲ୍ଲାର ରାଠ କୋତବାଲି ଧନୋରି ଗ୍ରାମରେ ବସବାସ କରୁଥିବା ସୋନୁଙ୍କ ସ୍ତ୍ରୀ ସୋନମ ପାରିବାରିକ କହଳ ହେତୁ ଆତ୍ମହତ୍ୟା କରିଥିଲେ। ସ୍ତ୍ରୀର ଆତ୍ମହତ୍ୟା ଖବର ପାଇବା ପରେ କାହାକୁ କିଛି ନକହି ସ୍ବାମୀ ସୋନୁ ବି ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର