ନୂଆଦିଲ୍ଲୀ: କର୍ତ୍ତାରପୁର ସାହିବ ଗୁରୁଦ୍ୱାରର ପରିଚାଳନାକୁ ଶିଖ ସଂସ୍ଥାଠାରୁ ପୃଥକ କରି ଏକ ଅଣ-ଶିଖ ଟ୍ରଷ୍ଟକୁ ସ୍ଥାନାନ୍ତର କରିବାକୁ ପାକିସ୍ତାନର ନିଷ୍ପତ୍ତିକୁ ଭାରତ ତୀବ୍ର ନିନ୍ଦା କରିଛି। ପାକିସ୍ତାନର ଏହି ନିଷ୍ପତ୍ତିକୁ ନିନ୍ଦା କରି ଭାରତ କହିଛି ଯେ ଏହା ଶିଖ ସମ୍ପ୍ରଦାୟର ଧାର୍ମିକ ଭାବନା ବିରୁଦ୍ଧରେ ଏକ ଷଡଯନ୍ତ୍ର ଏବଂ ଏହି ନିଷ୍ପତ୍ତି ପାକିସ୍ତାନର ଇମ୍ରାନ ଖାନ୍ ସରକାରଙ୍କ ଅସଲ ମୁଖାକୁ ଖୋଲି ଦେଇଛି।
Highly condemnable, against the spirit of #KaratarpurSahib corridor & religious sentiments of the Sikh community. Such actions expose the reality of Pakistan govt...: MEA statement on reports about Pakistan transferring the management and maintenance of Gurudwara Kartarpur Sahib pic.twitter.com/E5avywUmkk
— ANI (@ANI) November 5, 2020
ପାକିସ୍ତାନ ସରକାରଙ୍କର ଏପ୍ରକାର ନିଷ୍ପତ୍ତି ବିରୋଧରେ ପ୍ରତିକ୍ରିୟା ରଖି ଭାରତ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା କହିଛନ୍ତି, ଆମେ ଦେଖିଛୁ ଯେ ପାକିସ୍ତାନ ପବିତ୍ର ଗୁରୁଦ୍ୱାର କର୍ତ୍ତାରପୁର ସାହେବଙ୍କ ପରିଚାଳନା ତଥା ରକ୍ଷଣାବେକ୍ଷଣକୁ ଶିଖ ଗୁରୁଦ୍ୱାର ପ୍ରଭାକର କମିଟିଠାରୁ କାଢ଼ିନେଇ ଅଣ- ଶିଖ୍ ତଥା ଅଳ୍ପ ସଂଖ୍ୟକ ଶିଖ ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ଏକ ସଂସ୍ଥାକୁ ସ୍ଥାନାନ୍ତର କରିଛି। ପାକିସ୍ତାନର ଏହି ଏକପାଖିଆ ନିଷ୍ପତ୍ତି ଅତ୍ୟନ୍ତ ନିନ୍ଦନୀୟ ଏବଂ କର୍ତ୍ତାରପୁର ସାହିବ କରିଡରର ଆତ୍ମା ବିରୁଦ୍ଧରେ ଓ ଶିଖ ସମ୍ପ୍ରଦାୟର ଧାର୍ମିକ ଭାବନା ବିରୁଦ୍ଧରେ ଏକ ଷଡ୍ଯନ୍ତ୍ର। ଏଭଳି କାର୍ଯ୍ୟ କେବଳ ପାକିସ୍ତାନ ସରକାରଙ୍କ ଅସଲ ବାସ୍ତବତା ଏବଂ ଧାର୍ମିକ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିକାର ଉପରେ କୁଠାରାଘାତ ବୋଲି କହିଛି ବୈଦେଶିକ ମନ୍ତ୍ରାଳୟ।