ତାତିଲେ କିନ୍ନର, ୨ ଯୁବକଙ୍କୁ ବାଡେଇ କଲେ ଲହୁଲୁହାଣ

କରନାଲ: ହରିୟାଣାର କରନାଲରେ କିଛି କିନ୍ନର ଗୁଣ୍ଡାଗର୍ଦ୍ଦି କରିଥିବାର ଦେଖିବାକୁ ମିଳିଛି | କିନ୍ନରମାନେ ୨ ଜଣ ଯୁବକଙ୍କୁ ଆକ୍ରମଣ କରିବା ସହ ସେମାନଙ୍କୁ ବାଡେଇ ଲହୁଲୁହାଣ କରିଦେଇଛନ୍ତି | କୌଣସି କଥାକୁ ନେଇ ଦୁଇ ଯୁବକଙ୍କ ସହ ୬ ଜଣ କିନ୍ନରଙ୍କର କଥା କଟାକଟି ହୋଇଥିଲା | କିନ୍ତୁ ଏଥିରେ କିନ୍ନରମାନେ ଉତକ୍ଷିପ୍ତ ହୋଇ ଯୁବକମାନଙ୍କୁ ଆକ୍ରମଣ କରିଥିଲେ |

ଏହି ଘଟଣାଟି ସପ୍ତାହକ ତଳେ ଘଟିଥିବାବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲିବା ପରେ ହିଁ ଏ ବାବଦରେ ଜଣାପଡିଛି | ମିଳିଥିବା ସୂଚନା ମୁତାବକ ଜୁଲାଇ ୧୧ରେ ୨ ଜଣ ଯୁବକ କରନାଲର ଏକ ଢ଼ାବାକୁ ଖାଇବାକୁ ଯାଇଥିଲେ | ସେଠାରେ ୬ ଜଣ କିନ୍ନରଙ୍କ ସହ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା |

ଏଥିରେ କିନ୍ନରମାନେ ଯୁବକଙ୍କୁ ଆକ୍ରମଣ କରିଥିଲେ | କିନ୍ନରମାନେ ଯୁବକଙ୍କ କାରକୁ ଭାଙ୍ଗିବା ସହ ଗୋଡ଼ାଇଗୋଡ଼ାଇ ପିଟିଥିଲେ| ଗୁରୁତର ଆହତ ହୋଇ ବି ଯୁବକମାନେ ସେଠାରୁ ଖସି ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ | ପୁଲିସ ଏବେ କିନ୍ନରମାନଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି |

ସମ୍ବନ୍ଧିତ ଖବର