୫୫ ଲକ୍ଷ ଟଙ୍କାର ସୁପାରି ଦେଇ କିନ୍ନର ଗୋଷ୍ଠୀର ନେତ୍ରୀଙ୍କୁ ହତ୍ୟା କଲେ ଆଉ ୪ କିନ୍ନର

ନୂଆଦିଲ୍ଲୀ: ନିଜ ରାସ୍ତାରେ ପ୍ରତିବନ୍ଧକ ସାଜୁଥିବା ଶତ୍ରୁଙ୍କୁ ମାରିବା ପାଇଁ ଦେଲେ ୫୫ ଲକ୍ଷ ଟଙ୍କାର ସୁପାରି | ତେବେ ଆପଣ ଭାବିବେ ଏଥିରେ ନୂଆ କଥା କଣ ଅଛି | କଥାଟି ହେଉଛି ଯେ ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ କଳହ ଏତେ ବଢିଗଲା ଯେ ଗୋଟିଏ ଗୋଷ୍ଠୀ ଏତେ ଟଙ୍କାର ସୁପାରି ଦେଇ ଅନ୍ୟ ଗୋଷ୍ଠୀର ନେତ୍ରୀଙ୍କୁ ହତ୍ୟା କରିଛି | ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଦୁଇ ଜଣ ସୁପାରି କିଲରଙ୍କୁ ଗିରଫ କରିବା ପରେ ଦିଲ୍ଲୀର ଏକ ହାଇପ୍ରୋଫାଇଲ ହତ୍ୟାକାଣ୍ଡ ଉପରୁ ପରଦା ଉଠିଛି | ମିଳିଥିବା ସୂଚନା ମୁତବକ ଦିଲ୍ଲୀ ପୁଲିସ ଆଜି ଗଗନ ପଣ୍ଡିତ ଓ ବରୁଣ ପଣ୍ଡିତ ନାମକ ଦୁଇ ଜଣ ସୁପାରି କିଲରଙ୍କୁ ଗିରଫ କରିଛି | ଏହି ଦୁଇ ଜଣଙ୍କ ନାମରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ଥିଲା |

ସ୍ପେଶାଲ ସେଲ ଡିସିପି ପ୍ରମୋଦ କୁଶବହାଙ୍କ ସୂଚନା ମୁତାବକ ସେପ୍ଟେମ୍ବର ୫, ୨୦୨୦ ମସିହାରେ ଏହି ଦୁଇ ଜଣ ଏକତା ଯୋଶୀ ନାମକ କିନ୍ନରଙ୍କୁ ଗୁଳି ମାରି ହତ୍ୟା କରିଥିଲେ | ତେବେ ଏହି ହତ୍ୟାକାଣ୍ଡ ପାଇଁ ୫୫ ଲକ୍ଷ ଟଙ୍କାର ସୁପାରି ମିଳିଥିଲା |

ତେବେ ସୁପାରି କିଲରଙ୍କ କହିବା ମୁତାବକ ଏକତାଙ୍କୁ ହତ୍ୟା କରିବା ପାଇଁ ଅନ୍ୟ ଏକ କିନ୍ନର ଗୋଷ୍ଠୀ ଏହି ସୁପାରି ଦେଇଥିଲା | ଫରିଦାବାଦରେ ରହୁଥିବା ୪ ଜଣ କିନ୍ନର ସୋନମ, ବର୍ଷା, ମଂଜୁର ଓ କମଲ, କିନ୍ନର ଏକତା ଯୋଶୀଙ୍କୁ ହତ୍ୟା କରିବା ପାଇଁ ସୁପାରି ଦେଇଥିଲେ | ଯମୁନାପାର ଅଂଚଳରୁ ଟଙ୍କା ଆଦାୟକୁ ନେଇ ୪ ଜଣ କିନ୍ନରଙ୍କ ସହ ଏକତାଙ୍କର ଯୁକ୍ତିତର୍କ ହୋଇଥିଲା | ଆଉ ଏଥିରେ ଉତକ୍ଷିପ୍ତ ହୋଇ ଏମାନେ ହତ୍ୟା କରିବାକୁ ସୁପାରି ଦେଇଥିଲେ |

ସମ୍ବନ୍ଧିତ ଖବର