କିନ୍ନରମାନଙ୍କୁ ଛଡ଼ା ହେଲାନି ସାବରିମାଲା ମନ୍ଦିରକୁ; କୁହାଗଲା ପୁରୁଷ ପୋଷାକ ପିନ୍ଧି ଆସ

କୋଟ୍ଟାୟମ୍‌: ରବିବାର ଦିନ ସାବରିମାଲା ମନ୍ଦିରକୁ ଦର୍ଶନ ଲାଗି ଆସିଥିବା ୪ ଜଣ କିନ୍ନରଙ୍କୁ କେରଳ ପୁଲିସ ଛାଡ଼ି ନାହିଁ। ଗଣମାଧ୍ୟମକୁ ଉକ୍ତ ଚାରି କିନ୍ନରଙ୍କ ମଧ୍ୟରୁ ଅନ୍ୟତମ କିନ୍ନର ଅନୟା କହିଛନ୍ତି ଯେ ସେମାନଙ୍କୁ ପରିହାସ କରାଯାଇଛି, ଧମକ ଦିଆଯାଇଛି। ପୁଲିସ ତାଙ୍କୁ ପ୍ରଥମ ବେସ୍‌ କ୍ୟାମ୍ପ୍‌ ଏରୁମେଲିରୁ ଫେରାଯାଇ ଦେଇଛି।

ସେ କହନ୍ତି: ଶନିବାର ଦିନ ଆମେ ଏର୍ଣ୍ଣାକୁଲମ୍‌ରୁ ଯାତ୍ରା ଆରମ୍ଭ କଲୁ। ଆମେ ପାଳନ କରିଥିବା ସମସ୍ତ ପୂଜାର୍ଚ୍ଚନା ଓ ପ୍ରାର୍ଥନା ପୁଲିସର ସ୍ପେସାଲ୍‌ ଉଇଙ୍ଗ୍‌ ଦେଖିଛି। କିନ୍ତୁ, ଆମେ ଏରୁମେଲିରେ ପହଞ୍ଚିବା ପରେ ବଡ଼ ପୁଲିସ ଅଧିକାରୀ ଓ ମହିଳା ଅଧିକାରୀ ଆମ ପ୍ରତି ନିର୍ଦ୍ଦୟ ଆଚରଣ କଲେ।

ପ୍ରଥମେ ସେମାନେ କହିଲେ, ପୁରୁଷ ପୋଷାକ ପିନ୍ଧି ନ ଆସିଲେ ଆମକୁ ମହିଳାଙ୍କ ପରିଧାନରେ ମନ୍ଦିର ଭିତରକୁ ଛଡ଼ାଯିବ ନାହିଁ। ପ୍ରଥମେ ଆମେ ମନା କରୁଥିଲୁ କିନ୍ତୁ, କିଛି ସମୟ ପରେ ପୋଷାକ ବଦଳାଇବାକୁ ସ୍ଥିର କଲୁ। କିନ୍ତୁ ପୁଲିସ ନିଷ୍ପତ୍ତି ବଦଳାଇ ଆମକୁ ଫେରାଇ ଦେଲା।

ସମ୍ବନ୍ଧିତ ଖବର