ନୂଆଦିଲ୍ଲୀ : ଆମ ଦେଶରେ ଦୁର୍ନୀତି ମାତ୍ରା କମିଛି, କିନ୍ତୁ ଏବେ ବି ତାହା ଲୋକମାନଙ୍କ ନିତିଦିନିଆ ଜୀବନରେ ଏକଅଂଶ ହୋଇ ରହିଛି ବୋଲି ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ଇଣ୍ଡିଆ ଓ ଲୋକାଲ ସର୍କଲ୍ସ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି । ଏହି ସର୍ଭେ ପାଇଁ ଦେଶର ୨୦ଟି ରାଜ୍ୟରେ ମୋଟ ୧.୯ଲକ୍ଷ ଲୋକଙ୍କ ମତାମତ ନିଆଯାଇଥିଲା ।
ଏହି ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ଭାରତରେ ଦୁର୍ନୀତିକୁ କମାଇବାକୁ ସରକାରୀ ସ୍ତରରେ ବିଶେଷ ଉଦ୍ୟମ ହୋଇନାହିଁ । ଅଧିକାଂଶ ଲୋକ ମତ ଦେଇଛନ୍ତି ଯେ ସରକାରୀ କାମ ଭାଲଭାବରେ କରିବାକୁ ଲାଞ୍ଚ ହିଁ ଏକମାତ୍ର ଉପାୟ ହୋଇ ରହିଛି । ୧୧ଟି ରାଜ୍ୟରେ ଜମି ପଂଜୀକରଣ ପାଇଁ ଲାଞ୍ଚ ଦେବା ଏକ ସାଧାରଣ ପରମ୍ପରାରେ ପରିଣତ ହୋଇଥିବାବେଳେ ୬ଟି ରାଜ୍ୟରେ ପୁଲିସ ବିଭାଗ ସବୁଠାରୁ ଅଧିକ ଲାଞ୍ଚ ଖାଉଥିବା ବିଭାଗ ହୋଇଛି । ମଧ୍ୟପ୍ରଦେଶରେ ପୌରସଂସ୍ଥା ହିଁ ସବୁଠାରୁ ଅଧିକ ଦୁର୍ନୀତିଗ୍ରସ୍ତ ସରକାରୀ ସଂସ୍ଥା । ଏହି ସର୍ଭେରେ ଭାଗ ନେଇଥିବା ୧.୯ ଲକ୍ଷ ଲୋକଙ୍କ ମଧ୍ୟରୁ ଅଧା ଲୋକ କହିଛନ୍ତି ଯେ ୨୦୧୯ରେ ସେମାନେ କୌଣସି ନା କୌଣସି କାମ ପାଇଁ ଲାଞ୍ଚ ଦେଇଛନ୍ତି । ଆର୍ଥାତ ପ୍ରତି ୨ ଜଣରୁ ଜଣେ ଲୋକ ଲାଞ୍ଚ ଦେଇଛି । ରାଜସ୍ଥାନରେ ୧୦ ଜଣରୁ ୬ ଜଣ ଲୋକ ଲାଞ୍ଚ ଦେଇଥିବାବେଳେ କେରଳରେ ୧୦ ଜଣରୁ ମାତ୍ର ଜଣେ ଲାଞ୍ଚ ଦେଇଛି ।
ଭାରତରେ ପ୍ରତି ୨ ଜଣରୁ ଜଣେ ଲାଞ୍ଚ ଦେଉଛନ୍ତି : ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ
/sambad/media/post_attachments/wp-content/uploads/2019/11/bribe.jpg)