ଶିବସେନାକୁ ଅଧା ଆସନ ନ ମିଳିଲେ ମେଣ୍ଟ ଭାଙ୍ଗିଯିବ ବୋଲି କହିଲେ ମହାରାଷ୍ଟ୍ରର ପରିବହନ ମନ୍ତ୍ରୀ

ମୁମ୍ବାଇ: ଗତ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟକୁ ବିପୁଳ ସଫଳତା ମିଳିବା ପରେ ମହାରାଷ୍ଟ୍ରର ଆଗାମୀ ବିଧାନସଭା ନିର୍ବାଚନରେ ବି ଏହି ଦୁଇ ଦଳ ଭିତରେ ମେଣ୍ଟ ହେବ ବୋଲି ଆଲୋଚନା ହେଉଛି। କିନ୍ତୁ ଶିବସେନା ଓ ବିଜେପି ମଧ୍ୟରେ ସବୁ ଠିକ୍ ନଥିବା କୁହାଯାଉଛି। ଉଭୟ ଦଳ ମଧ୍ୟରେ ମତାନ୍ତର ଥିବା ଚର୍ଚ୍ଚା ହେଉଛି।

ଶିବସେନା ନେତା ତଥା ମହାରାଷ୍ଟ୍ରର ପରିବହନ ମନ୍ତ୍ରୀ ଦିବାକର ରାଓତେ କହିଛନ୍ତି ଯେ, ଯଦି ଶିବସେନାକୁ ଅଧା ଆସନ ଅର୍ଥାତ ୧୪୪ଟି ଆସନ ନ ମିଳେ ତେବେ ଦୁଇଦଳ ମଧ୍ୟରେ ମେଣ୍ଟ ଭାଙ୍ଗିଯିବ। ଅପରପକ୍ଷରେ ଶିବସେନା ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଓ୍ୱତ କହିଛନ୍ତି ଯେ, ବିଜେପି ୫୦:୫୦ ଫର୍ମୁଲାକୁ ସମ୍ମାନ ଦେବା ଦରକାର । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ମହାରାଷ୍ଟ୍ର ମୁଖମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସଙ୍କ ଉପସ୍ଥିତିରେ ଯେଉଁ ୫୦:୫୦ ଫର୍ମୁଲା ସ୍ଥିର ହୋଇଥିଲା ତାକୁ ବିଜେପି ମାନିଲେ ବିଜେପି-ଶିବସେନା ମେଣ୍ଟ ଭାଙ୍ଗିବ ନାହିଁ ।ଦିବାକର ରାବତେ ଯାହା କହିଛନ୍ତି ତାହା ମଧ୍ୟ କିଛି ଭୁଲ ନୁହେଁ ।

photo-oneindia

ସୂଚନାଯୋଗ୍ୟ, କିଛି ଦିନତଳେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଥିଲେ ଯେ ଆଗାମୀ ବିଧାନସଭା ନିର୍ବାଚନ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ହେବ। ସେ କହିଥିଲେ ଯେ,ଦୁଇ ଦଳ ମଧ୍ୟରେ ମେଣ୍ଟ ଅଟଳ ରହିଛି ।

ସମ୍ବନ୍ଧିତ ଖବର