ରାଞ୍ଚି:ନିଖୋଜ ହୋଇଯାଇଥିବା ନିଜର ମାନସିକ ବିକୃତ ପତ୍ନୀଙ୍କୁ ଠାବ କରିବା ପାଇଁ ସାଇକେଲ ଧରି ଦୀର୍ଘ ପଥ ଅତିକ୍ରମ କରିବା ଅସାଧାରଣ ହୋଇନପାରେ। ତେବେ ସାଇକେଲ୍ରେ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ୬୫ଟି ଗାଁ ଖୋଜି ଖୋଜି ଦିନ ମଜୁରିଆ ମନୋଜ ଶେଷରେ ମାସକ ପରେ ପତ୍ନୀ ଅନୀତାଙ୍କୁ ପାଇବା ଖବର ତାଙ୍କ ନିଷ୍ଠାପର ଦାମ୍ପତ୍ୟ ପ୍ରେମର ନିଦର୍ଶନ ବୋଲି ରୋଚକ ଚର୍ଚ୍ଚା ଯୋଗାଇଛି। ଝାଡ଼ଖଣ୍ଡର ମୂଳବାସିନ୍ଦା ମନୋହର ପଡ଼ୋଶୀ ରାଜ୍ୟ ଓଡ଼ିଶାର କୌଣସି ସ୍ଥାନରେ ରହି ଦିନ ମଜୁରିଆ ଭାବେ ପରିବାର ପୋଷଣ କରିଥିଲେ। ଷୋଳ ବର୍ଷ ତଳେ ବିବାହିତ ମନୋହରଙ୍କର ୧୪ ବର୍ଷର ପୁଅଟିଏ ରହିଛି। ଗତ ମାସ ୧୧ ତାରିଖରେ ତାଙ୍କ ପତ୍ନୀ ଅନୀତା ପୁଅକୁ ଧରି ପଶ୍ଚିମ ମେଦିନୀପୁର ଜିଲ୍ଲାର କୁମ୍ରାସୋଲ ଗାଁ ସ୍ଥିତ ନିଜ ବାପଘରକୁ ବୁଲି ବାହାରିଥିଲେ। ତେବେ ସାମାନ୍ୟ ମାନସିକ ବିକୃତି ଥିବା ଅନୀତା ବାପଘରେ ପହଞ୍ଚିବା ଆଗରୁ ଅଧାବାଟରେ କୁଆଡ଼େ ନିଖୋଜ ହୋଇଗଲେ। ପୁଅ ଠାରୁ ଏ ସମ୍ପର୍କରେ ଜାଣି ମନୋହର ତୁରନ୍ତ କାର୍ଯ୍ୟସ୍ଥଳ ଓଡ଼ିଶା ଛାଡ଼ି ପତ୍ନୀଙ୍କୁ ଖୋଜି ବାହାରିଲେ। ତେବେ ସେ ଅନୀତାଙ୍କ ନିଖୋଜ ସମ୍ପର୍କରେ ଝାଡ଼ଖଣ୍ଡର ମୂଷାବଣି ଓ ବିହାରର ଡୁମାରିଆ ଥାନାରେ ଏତଲା କରିଥିଲେ। ମାତ୍ର ପୁଲିସ ପଦକ୍ଷେପକୁ ସେ ଅପେକ୍ଷା ନକରି ନିଜ ପୁରୁଣା ଭଙ୍ଗା ସାଇକେଲକୁ ସଜାଡ଼ି ପତ୍ନୀଙ୍କୁ ଖୋଜିବାରେ ବାହାରିପଡ଼ିଲେ। ଅନୀତାଙ୍କ ଫଟୋ ସାଇକେଲ ଆଗରେ ମାରି ବିଭିନ୍ନ ଗାଁ ବୁଲି ପତ୍ତା ଲଗାଇବା ସହ ସ୍ଥାନୀୟ ଖବରକାଗଜରେ ମଧ୍ୟ ତାଙ୍କ ଫଟୋ ଛାପିଥିଲେ। ଖଡ଼ଗପୁରରେ କେହି ଜଣେ ପାଠକ ସେଠାରେ ବୁଲୁଥିବା ଅନୀତାଙ୍କୁ ଫଟୋରୁ ଚିହ୍ନି ସ୍ଥାନୀୟ ଥାନାକୁ ଜଣାଇଥିଲେ। ଖଡ଼ଗପୁର ଥାନାରୁ ଖବର ମୂଷାବଣି ଥାନା ଏବଂ ସେଠାରୁ ମନୋହରଙ୍କ ପାଖରେ ପହଞ୍ଚିଥିଲା। ସେତେବେଳେ ପୂର୍ବ ସିଂହଭୂମରେ ଥିବା ମନୋହର ସାଇକେଲରେ ସିଧା ଖଡ଼ଗପୁର ପହଞ୍ଚିଥିଲେ ଏବଂ ଅନୀତାଙ୍କୁ ପାଇ ତାଙ୍କ ଖୁସି କହିଲେ ନସରେ।
ସାଇକେଲ୍ରେ ୬୫ ଗାଁ ଘୁରି ପତ୍ନୀଙ୍କୁ ପାଇଲେ
ମାନସିକ ବିକୃତିରୁ ନିଖୋଜ ହୋଇଯାଇଥିଲେ
/sambad/media/post_attachments/wp-content/uploads/2018/02/Cycling-to-search-missing-wife.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)