ପାକିସ୍ତାନକୁ ପ୍ରଥମ ଝଟକା ଦେଲେ ବାଇଡେନ!

ନ୍ୟୁୟର୍କ: ଆମେରିକାରେ ବାଇଡେନ ସରକାର ହେବା ପରେ ପାକିସ୍ତାନକୁ ପ୍ରଥମ ଝଟକା ଲାଗିଛି | ଆମେରିକା ଦକ୍ଷିଣ ଏସିଆର ତିନିଟି ଦେଶ ପାଇଁ ନିଜ ଟ୍ରାଭେଲ ଆଡ଼ଭାଇଜାରୀ ଜାରି କରିଛି | ଆଉ ଏହି ଟ୍ରାଭେଲ ଆଡ଼ଭାଇଜାରୀରେ ପାକିସ୍ତାନକୁ ଯିବା ବିପଦପୂର୍ଣ୍ଣ ବୋଲି କୁହାଯାଇଛି | ଟ୍ରାଭେଲ ଆଡ଼ଭାଇଜାରୀ ମାଧ୍ୟମରେ ଆମେରିକା ନିଜ ଦେଶର ନାଗରିକଙ୍କୁ କହିଛି ଯେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନକୁ ଯାତ୍ରା ନ କରିବା ଉଚିତ |

ଆମେରିକା ବିଦେଶ ମନ୍ତ୍ରାଳୟ ପକ୍ଷରୁ ତିନି ଦେଶ ପାଇଁ ସ୍ୱତନ୍ତ୍ର ଟ୍ରାଭେଲ ଆଡ଼ଭାଇଜାରୀ ଜାରି କରିଛି | ଟ୍ରାଭେଲ ଆଡ଼ଭାଇଜାରୀରେ କୁହାଯାଇଛି ଯେ କୋଭିଡ-୧୯, ଆତଙ୍କବାଦ, ସାମ୍ପ୍ରଦାୟିକ ହିଂସାକୁ ନଜରରେ ରଖି ଆମେରିକା ନାଗରିକ ପାକିସ୍ତାନ ଯିବାକୁ ଚାଁହୁଥିଲେ ପୁନର୍ବିଚାର କରିବା ଉଚିତ | ଆମେରିକା ଆତଙ୍କବାଦ ଓ ଅପହରଣ ଘଟଣାକୁ ନଜରରେ ରଖି ପାକିସ୍ତାନର ବେଲୁଚିସ୍ତାନ ଓ ଖାଇବର ପଖତୁନ ଅଂଚଳକୁ ନ ଯିବାକୁ ମଧ୍ୟ ପରାମର୍ଶ ଦେଇଛି | ସେହିପରି ଭାରତ-ପାକିସ୍ତାନ ସୀମାରେ ଥିବା ଅଂଚଳକୁ ମଧ୍ୟ ନ ଯିବାକୁ ଆଡ଼ଭାଇଜାରୀରେ କୁହାଯାଇଛି |

ଏଠାରେ ଆତଙ୍କବାଦୀ ସଂଗଠନ ସକ୍ରିୟ ରହୁଥିବାରୁ ଓ ଦୁଇ ପକ୍ଷର ସୈନ୍ୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବାରୁ ନ ଯିବାକୁ କୁହାଯାଇଛି | ସୂଚନା ଥାଉ କି ବାଇଡେନ ସରକାର ଆସିବା ପରେ ପାକିସ୍ତାନ ଅତ୍ୟନ୍ତ ଖୁସି ହୋଇଯାଇଥିଲା | ପାକିସ୍ତାନ ପ୍ରତି ଆମେରିକାର ସକାରାତ୍ମକ ଚିନ୍ତାଧାରା ବଢିବା ବୋଲି ଆଶା କରିଥିଲା | ପାକିସ୍ତାନର ବିଦେଶ ମନ୍ତ୍ରୀ ସାହ ମହମ୍ମଦ କ୍ୟୁରେସି କହିଥିଲେ ଯେ ବାଇଡେନ ପ୍ରଶାସନ ବୁଝିବା ଦରକାର ଯେ ଗତ ୪ ବର୍ଷ ମଧ୍ୟରେ ପାକିସ୍ତାନ ବହୁତ ବଦଳିଯାଇଛି | ଏବେ ନୂଆ ପାକିସ୍ତାନ ସହ ସମ୍ପର୍କ ଆହୁରି ମଜଭୁତ ହେଉ ବୋଲି କ୍ୟୁରେସି କହିଥିଲେ |

ସମ୍ବନ୍ଧିତ ଖବର