ଜମ୍ମୁ ଓ କଶ୍ମୀର: ଓଲଟି ପଡ଼ିଥିବା ଡଙ୍ଗାରୁ ପାଞ୍ଚ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ମୃତ୍ୟୁମୁଖରେ ପଡ଼ିଲେ ଗାଇଡ୍‌

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାର ମୌଉରା ପାଲଗାମ୍‌ ଅଞ୍ଚଳର ଲିଡ୍ଡର ନଦୀରେ ଓଲଟି ପଡ଼ିଥିବା ଡଙ୍ଗାରୁ ପାଞ୍ଚଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପରେ ଜଣେ ପର୍ଯ୍ୟଟକ-ଗାଇଡ୍‌ ପ୍ରାଣ ହରାଇଛନ୍ତି।

ପାଞ୍ଚଜଣ ପର୍ଯ୍ୟଟକଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ବିଦେଶୀ ନାଗରିକ। ପବନ ଝଟକା ଖାଇ ଡଙ୍ଗାଟି ଓଲଟି ପଡ଼ିଥିଲା। ଫଳରେ ପର୍ଯ୍ୟଟକ-ଗାଇଡ୍‌ ରୌଫ୍‌ ଅହମଦ ଦର୍‌ଙ୍କ ସମେତ ଡଙ୍ଗାରେ ଥିବା ସମସ୍ତ ବ୍ୟକ୍ତି ନଈରେ ପଡ଼ିଯାଇଥିଲେ।

କୌଣସିମତେ ସମସ୍ତ ଯାତ୍ରୀଙ୍କୁ ନିରାପଦରେ ଉଦ୍ଧାର କରିବା ପରେ ଦର୍‌ ନିରୁଦ୍ଦେଶ ହୋଇ ଯାଇଥିଲେ।

ତୁରନ୍ତ ତଲାସ ଅଭିଯାନ ଆରମ୍ଭ ହୋଇଥିଲା। ଏସ୍‌ଡିଆରଏଫ୍‌, ପୁଲିସ ଏବଂ ସ୍ଥାନୀୟ ଲୋକେ ବିଳମ୍ବିତ ସମୟ ଯାଏଁ ଖୋଜାଖୋଜି କରିଥିଲେ ମଧ୍ୟ ଆଜି ଲିଡ୍ଡର ନଦୀର ଭବାନୀ ପୋଲ ନିକଟରୁ ଶନିବାର ଦିନ ଉଦ୍ଧାର କରାଯାଇଛି।

ଡାକ୍ତରୀ ଓ ଆଇନଗତ ଔପଚାରିକତା ପରେ ଦର୍‌ଙ୍କ ଶବ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସାହସିକତା ପୁରସ୍କାର ନିମନ୍ତେ ଅନନ୍ତନାଗର ଡେପୁଟି କମିସନର୍‌ ରୌଫ୍‌ ଅହମଦ ଦର୍‌ ନାମ ସୁପାରିସ କରିଛନ୍ତି।

ସମ୍ବନ୍ଧିତ ଖବର