ଚିଡ଼ିଆଖାନାର ବାନର ପରି ବ୍ୟବହାର କରାଯାଉଛି; ଜେଲ୍‌ରେ ୧୬ କେଜି ଓଜନ ହରାଇଛି: କ୍ରିଷ୍ଟିଆନ୍‌ ମାଇକେଲ୍‌

ନଇଡ଼ା: ଜେଲ୍‌ ଅଧିକାରୀମାନେ ତାଙ୍କୁ ସିଝା ଖାଦ୍ୟ ଦେଉଥିବାରୁ ତାଙ୍କର ଓଜନ ୧୬ କେଜି କମିଯାଇଛି ବୋଲି ଅଗଷ୍ଟାେଓ୍ଵଷ୍ଟ୍‍ଲାଣ୍ଡ୍‌ ହେଲିକପ୍ଟର୍‌ ଦୁର୍ନୀତିରେ ମଧ୍ୟସ୍ଥି ଅଭିଯୋଗରେ ଗିରଫ ହୋଇଥିବା ଇତାଲୀୟ ନାଗରିକ କ୍ରିଷ୍ଟିଆନ୍‌ ମାଇକେଲ୍‌ ଅଭିଯୋଗ କରିବା ପରେ ଗୁରୁବାର ଦିନ ଦିଲ୍ଲୀ ଅଦାଲତ ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଡକାଇଛନ୍ତି।

ଶୁକ୍ରବାର ଦିନ ଅଦାଲତରେ ହାଜର ହେବାକୁ ସ୍ୱତନ୍ତ୍ର ସିବିଆଇ ଜଜ୍‌ ଅରବିନ୍ଦ କୁମାର ଜେଲ୍‌ କର୍ତ୍ତୃପକ୍ଷମାନଙ୍କୁ ନିର୍ଦେଶ ଦେଇଛନ୍ତି।

ମାଇକେଲ୍‌ କହିଛନ୍ତି ଯେ ସେ ଇଉରୋପୀୟ ଜଳଖିଆ ମାଗିଥିଲେ, କିନ୍ତୁ ତାହା ତାଙ୍କୁ ଦିଆଯାଉ ନାହିଁ। ସେ ଆହୁରି କହିଛନ୍ତି କି, ଚିଡ଼ିଆଖାନାର ବାନର ପରି ତାଙ୍କ ସହ ବ୍ୟବହାର କରାଯାଉଛି।

ମାଇକେଲ୍‌ ମଧ୍ୟ ଅଭିଯୋଗ କରିଛନ୍ତି କି, କଏଦୀମାନେ ବାହାରେ ମଳତ୍ୟାଗ କରୁଛନ୍ତି ଏବଂ ତାଙ୍କୁ ମଧ୍ୟ ସେମିତି କରିବାକୁ କୁହାଯାଉଛି।

ପରିବାର ସହ ଇଷ୍ଟର୍‌ ପାଳିବାକୁ ସେ ସାତ ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଆବେଦନ କରିଥିଲେ। ସେ ଅନୁରୋଧ ମଧ୍ୟ ସ୍ୱତନ୍ତ୍ର ସିବିଆଇ ବିଚାରପତି ଅଗ୍ରାହ୍ୟ କରିଦେଲେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର