କରୋନା ମହାମାରୀ ଭିତରେ ପ୍ରତିରକ୍ଷା ମନ୍ତ୍ରାଳୟର ବଡ଼ ନିଷ୍ପତ୍ତି: ଏବେ ସେନା ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ ସାଧାରଣ ଲୋକ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରରେ ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ସୁନାମୀ ଭଳି ଆଗକୁ ମାଡି ଚାଲିଛି । ଏହାକୁ ନଜରରେ ରଖି ରକ୍ଷା ମନ୍ତ୍ରାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି, ଏବେ ସେନା ହସ୍ପିଟାଲରେ ବି ସାଧାରଣ ଲୋକ ଚିକିତ୍ସିତ ହୋଇପାରିବେ । କହିରଖୁ କି ଏବେ ଦେଶରେ ସେନାର ୬୭ ଟି ହସ୍ପିଟାଲ ରହିଛି ।

ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ୍ ସିଂହ ତିନି ସେନାର ପ୍ରମୁଖଙ୍କ ସହ ବୈଠକ କରିଥିଲେ । ବୈଠକରେ  ଏହି ନିଷ୍ପତ୍ତି ନିଆଯାଇଛି ଓ ଏନେଇ ସେନାର ସମସ୍ତ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ମୁତାବକ ଜିଲ୍ଲା ପ୍ରଶାସନ ବା କୋଭିଡ୍ ନୋଡାଲ ଅଧିକାରୀଙ୍କ ମାଧ୍ୟମରେ କରୋନା ସଂକ୍ରମିତ ମାନେ ସେନା ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ ।

COVID-19, Army R&R Hospital Delhi: Military Personnel Among 24 COVID-19  Positive At Delhi Army Hospital
NDTV.com

ଏହା ପୂର୍ବରୁ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ବି ନିଜର ଏକ ହସ୍ପିଟାଲକୁ କୋଭିଡ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଖୋଲିବାକୁ ଘୋଷଣା କରିଥିଲା । ଡିଆଡିଓର ଦିଲ୍ଲୀ ବିମାନବନ୍ଦର ପାଖରେ ଏକ ହସ୍ପିଟାଲ ରହିଛି । ଏହି ହସ୍ପିଟାଲକୁ ସୋମବାର ଠାରୁ ଖୋଲା ଯାଇଛି । କହିରଖୁ କି ପୂର୍ବବର୍ଷ ବି ଏହି ହସ୍ପିଟାଲରେ କରୋନା ରୋଗୀଙ୍କର ଚିକିତ୍ସା କରାଯାଇଥିଲା । ହେଲେ ସଂକ୍ରମିତଙ୍କ ସଂଖ୍ୟା କମିବା ପରେ ଏହି ହସ୍ପିଟାଲକୁ ବନ୍ଦ କରାଯାଇଥିଲା ।

ସମ୍ବନ୍ଧିତ ଖବର