ଗଛକଟା ପ୍ରସଙ୍ଗ: ଆଜି ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ରେ ଶୁଣାଣି

ନୂଆଦିଲ୍ଲୀ : ଢେଙ୍କାନାଳ ବଳରାମପୁର ଅଞ୍ଚଳରେ ମଦ କାରଖାନା ପ୍ରତିଷ୍ଠା କରିବାପାଇଁ ଗଛକଟା‌ ଘଟଣା‌େର ଆସନ୍ତାକାଲି ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ର ପ୍ରମୁଖ ଖଣ୍ଡପୀଠରେ ଶୁଣାଣି ‌ହେବ। ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍‌ ଅଧ୍ୟକ୍ଷ ତଥା ବିଚାରପତି ଆଦେଶ କୁମାର ଗୋଏଲ, ବିଚାରପତି ଏସ୍‌ ପି ୱାଗ୍‌ଡ଼ି, ବିଚାରପତି କେ ରାମକୃଷ୍ଣ ଓ ବୈଷୟିକ ସଦସ୍ୟ ଡକ୍ଟର ନଗିନ ନନ୍ଦ ଦିନ ୩ଟାରେ କଲିକତା ଖଣ୍ଡପୀଠରେ ପୂର୍ବରୁ ବିଚାରଧିନ ଥିବା ଏହି ମାମଲାକୁ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି କରିବେ। ବିଜୟ କୁମାର ମାଝି ମଦ କାରଖାନା ପାଇଁ ବ୍ୟାପକ ଗଛକଟା ହେଉଥିବା ଅଭିଯୋଗ କରି ୨୦୧୭ରେ କଲିକତା ସ୍ଥିତ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ର ଆଞ୍ଚଳିକ ଖଣ୍ଡପୀଠରେ ମାମଲା ଦାଏର କରିଥିଲେ।

ସମ୍ବନ୍ଧିତ ଖବର