ଋଷିକେଶ: ଉତ୍ତାରଖଣ୍ଡର ବୃକ୍ଷମାନବଙ୍କର ଗତକାଲି ଦେହାନ୍ତ ହୋଇଯାଇଛି। ୯୬ ବର୍ଷ ବୟସରେ ପରଲୋକ ଘଟିଥିବା ଏହି ବ୍ୟକ୍ତିଙ୍କ ନାମ ହେଲା ବିଶ୍ୱେଶ୍ୱର ଦତ୍ତ ସକାଲାନି।ବିଶ୍ୱେଶ୍ୱରଙ୍କର ଅନ୍ତ୍ୟେଷ୍ଟି କ୍ରିୟା ଋଷିକେଶଠାରେ କରାଯାଇଛି।ଯେତେବେଳେ ତାଙ୍କୁ ଆଠ ବର୍ଷ ହୋଇଥିଲା,ସେତେବେଳେ ସେ ପ୍ରଥମ ଗଛ ଲଗାଇଥିଲେ। ତା’ପରେ ସେ ନିଜର ଭାଇ ଓ ସ୍ତ୍ରୀଙ୍କ ଦେହାନ୍ତରେ ଦୁଃଖିତ ହୋଇ ବୃକ୍ଷରୋପଣ କରିଲେ। ବିଶ୍ୱେଶ୍ୱରଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ସେ ଜୀବନ କାଳ ମଧ୍ୟରେ ପ୍ରାୟ ୫୦ ଲକ୍ଷ ବୃକ୍ଷ ଲଗାଇଛନ୍ତି। ତାଙ୍କର ଦ୍ୱିତୀୟ ପତ୍ନୀ ବିଶ୍ୱେଶ୍ୱରଙ୍କୁ ଏହି କାମରେ ସହାୟତା କରିଥିଲେ। ଉଭୟେ ଏହାକୁ ପରିବେଶ ସୁରକ୍ଷା ବୋଲି ଗ୍ରହଣ କରିଥିଲେ। ୧୯୮୬ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ବୃକ୍ଷମାନବଙ୍କୁ ଇନ୍ଦିରା ପ୍ରିୟଦର୍ଶିନୀ ଆଓ୍ଵାର୍ଡ଼ରେ ସମ୍ମାନିତ କରିଥିଲେ।
ବିଶ୍ୱେଶ୍ୱର ଦତ୍ତ ସକାଲାନି ପ୍ରାୟ ଦଶବର୍ଷ ତଳେ ନିଜର ଦୃଷ୍ଟି ଶକ୍ତି ହରାଇଥିଲେ। ତାଙ୍କର ଚାରି ପୁଅ ଓ ପାଞ୍ଚ ଝିଅ ଅଛନ୍ତି। ତାଙ୍କ ପୁଅ ସନ୍ତୋଷଙ୍କ କହିବା ଅନୁଯାୟୀ ୧୯୫୮ରେ ଯେତେବେଳେ ମାଆଙ୍କର ପରଲୋକ ଘଟିଲା,ସେତେବେଳେ ବାପା ଗଛ ତଳେ ବସି ରହନ୍ତି। ସେ ତା’ପରେ କେବଳ ବୃକ୍ଷରୋପଣ କରିଲେ। କେବଳ ନିଜ ସୁରଜଗାଓଁରେ ନୁହେଁ,ବରଂ ଜିଲ୍ଲାରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରିଛନ୍ତି।
୫୦ ଲକ୍ଷ ବୃକ୍ଷ ଲଗାଇଥିବା ବୃକ୍ଷମାନବଙ୍କର ଦେହାନ୍ତ
/sambad/media/post_attachments/wp-content/uploads/2019/01/Tree-Man_Died_Thumbnail_2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)