ଜେସିବିର ନାଗିନ ଡ୍ୟାନ୍ସ !

ନୂଆଦିଲ୍ଲୀ: ଭାରତରେ ଯଦି କେଉଁଠି ଖୋଳାଖୋଳି କାର୍ଯ୍ୟ ହେଉଥାଏ, ତେବେ ଜେସିବି ମେସିନରେ ଖୋଳାଯାଉଥିବ | ଏହାକୁ ଦେଖିବାକୁ ଲୋକଙ୍କର ଆଗ୍ରହ ମଧ୍ୟ ଦେଖିବାକୁ ମିଳିଥାଏ | ତେବେ ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ବୁଲୁଛି ଯାହାକୁ ଦେଖିଲେ ଆପଣ ନ ହସି ରହିପାରିବେନି | କାରଣ ଜେସିବିର ନାଗିନ ଡ୍ୟାନ୍ସ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେବାରେ ଲାଗିଛି |

ଭିଡିଓରେ ଦେଖିବାକୁ ମିଳିଛି ଯେ ତିନିଟି ଜେସିବି ଛିଡା ହୋଇଥିବାବେଳେ ଏଗୁଡିକ ସାମ୍ନାରେ ଜଣେ ବ୍ୟକ୍ତି ହାତରେ ବାଡି଼ଟିଏ ଧରି ଛିଡା ହୋଇଛନ୍ତି | ଏହାପରେ ବ୍ୟକ୍ତି ଜଣକ ବାଡି଼ଟିକୁ ବିନ ଭାବେ ବ୍ୟବହାର କରୁଛନ୍ତି | ତିନିଟି ଜେସିବି ସାପ ଫଣା ଟେକିଲା ଭଳି ନୃତ୍ୟ କରୁଥିବାର ନଜର ଆସିଛନ୍ତି | ଏହି ଭିଡିଓକୁ ଦେଖି କମ୍ପାନୀ କର୍ତୃପକ୍ଷ ବି ବେଶ ଖୁସି ପ୍ରକାଶ କରିଛନ୍ତି | ଭାରତୀୟମାନେ ଜେସିବିକୁ ଏତେ ଭଲ ପାଉଥିବାରୁ ତାହା ତାଙ୍କୁ ଢେର ଖୁସି ଦେଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି |

ପୂର୍ବରୁ ଜେସିବି ମାଧ୍ୟମରେ କ୍ରିକେଟ ଖେଳ ହେଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା | ଜେସିବି ବୋଲିଂ କରୁଥିବାବେଳେ ଜଣେ ବ୍ୟକ୍ତି ବ୍ୟାଟିଂ କରୁଥିଲେ |

ସମ୍ବନ୍ଧିତ ଖବର