ଗଛରେ ମୃତ ଦେହ ଝୁଲାଇ ନ୍ୟାୟ ପାଇଁ ଚାଲିଛି ଲଢେଇ

ହିମ୍ମତନଗର: ନ୍ୟାୟ ଲଢେଇରେ ସାକ୍ଷୀ ହୋଇ ରହିଛି ମୃତଦେହ | ସଂସ୍କାର ନ କରି କେବେ ମିଳିବ ନ୍ୟାୟ ଏହାକୁ ଅନେଇବସିଛନ୍ତି ଗ୍ରାମବାସୀ | ଗୁଜୁରାଟର ତାଢ଼ିବେଡି ଗାଁରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି | ଏହି ଗାଁର ଭଟିୟାଭିୟା ଗାମର ନାମକ ଯୁବକଙ୍କର ୬ ମାସ ତଳେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା | ତେବେ ଗାମରଙ୍କୁ କେବେ ନ୍ୟାୟ ମିଳିବ ତାହାକୁ ପରିବାର ଲୋକ ଅପେକ୍ଷା କରିଛନ୍ତି | ଯାହାଫଳରେ ୬ ମାସ ହେଲା ଗଛରେ ମୃତଦେହକୁ ଝୁଲାଇ ରଖାଯାଇଛି |

ଏହି ଗାଁଟିରେ ଆଦିବାସୀ ସମ୍ପ୍ରଦାୟର ଲୋକ ରହୁଥିବାବେଳେ ଗୁଜୁରାଟ-ରାଜସ୍ଥାନ ସୀମାରୁ ଏହି ଗାଁ ୨ କିଲୋମିଟର ଦୂରରେ ଅବସ୍ଥିତ | ୨୨ ବର୍ଷୀୟ ଗାମରଙ୍କର ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିଲା | ଏହାକୁ ପୋଲିସ ଆତ୍ମହତ୍ୟା ବୋଲି କହୁଥିବାବେଳେ ପରିବାର ଲୋକ ଏହାକୁ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି କହିଥିଲେ |

ଗାମର ପ୍ରେମ କରୁଥିବା ଝିଅର ପରିବାର ଲୋକ ତାଙ୍କୁ ହତ୍ୟା କରିଥିବାର ଗାମରଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ | ତେବେ ତଦନ୍ତ ଚାଲିଥିବାରୁ ପରିବାର ଲୋକ ମୃତଦେହ ସଂସ୍କାର ନ କରି ଏବେ ବି ଗଛରେ ଝୁଲାଇ ରଖିଛନ୍ତି |

ସମ୍ବନ୍ଧିତ ଖବର