ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆଜି ଓଡ଼ିଶା ସମେତ ଦେଶର ୨୨ଟି ରାଜ୍ୟ ପଞ୍ଚାୟତିରାଜ ସଂସ୍ଥାର ଆଦିବାସୀ ମହିଳା ପ୍ରତିନିଧି ସାକ୍ଷାତ କରିଥିଲେ। ସମ୍ବିଧାନ ସଦନରେ ଆୟୋଜିତ ପଞ୍ଚାୟତରୁ ପାର୍ଲାମେଣ୍ଟ୍ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେମାନେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ସାକ୍ଷାତ ଆଲୋଚନା କରିଥିଲେ।
ନିର୍ବାଚିତ ମହିଳା ପଞ୍ଚାୟତ ପ୍ରତିନିଧିମାନଙ୍କୁ ପଞ୍ଚାୟତଗୁଡ଼ିକରେ ନିର୍ଭୀକଭାବେ ଦାୟିତ୍ବ ନିର୍ବାହ କରିବା ପାଇଁ ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ। ଏଥି ସହିତ ଯୋଗ୍ୟ ହିତାଧିକାରୀ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଫାଇଦା ନେବା ପାଇଁ ପଂଚାୟତିରାଜ ସଂସ୍ଥାର ପ୍ରତିନିଧିମାନେ ସଚେତନତା ସୃଷ୍ଟି କରିବା ପାଇଁ ରାଷ୍ଟ୍ରପତି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/07/iCJWBv3U7FIk99XhQCjL.jpg)