ନୂଆଦିଲ୍ଲୀ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କୁ ସୋମବାର ଦିନ ଲୋକସଭାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ସୋମବାର ପୂର୍ବାହ୍ନ ୧୧ଟାରେ ଲୋକସଭାରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ଲୋକସଭା ବାଚସ୍ପତି ଓମ ବିର୍ଲା ପ୍ରଥମ ଦିନର ପ୍ରଥମାର୍ଦ୍ଧ ଅଧିବେଶନରେ ତିନି ପରଲୋକଗତ ସାଂସଦ ହେମାନନ୍ଦ ବିଶ୍ବାଳ, ଏସ୍. ସିଙ୍ଗାରାଭାଦିଭେଲ ଓ ଏଚ୍ବି ପାଟିଲଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହି ଅବସରରେ ଶ୍ରୀ ବିର୍ଲା କହିଲେ, ସ୍ବର୍ଗତ ବିଶ୍ବାଳ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରୁ ପଞ୍ଚଦଶ ଲୋକସଭାକୁ ପ୍ରତିନିଧିତ୍ବ କରିଥିଲେ। ସେ ସଂସଦୀୟ ଶ୍ରମ କମିଟିର ଅଧ୍ୟକ୍ଷ ଭାବେ ସଫଳତାର ସହ ଦାୟିତ୍ବ ନିର୍ବାହ କରିଥିଲେ। ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଛଅ ଥର ବିଧାୟକ ରହିଥିଲେ ବୋଲି ବାଚସ୍ପତି ଶ୍ରୀ ବିର୍ଲା କହିଥିଲେ।
ଲୋକସଭାରେ ହେମାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି
/sambad/media/post_attachments/wp-content/uploads/2022/02/hemananda-vv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)