ନୂଆଦିଲ୍ଲୀ : ସଂସଦ ଅଧିବେଶନର ପ୍ରଥମ ଦିନରେ ସୋମବାର ଉଭୟ ରାଜ୍ୟସଭା ଓ ଲୋକସଭାର ଦିବଙ୍ଗତ ସାଂସଦମାନଙ୍କ ପାଇଁ ଶୋକପ୍ରସ୍ତାବ ଆଗତ କରାଯାଇଥିଲା। ରାଜ୍ୟସଭାରେ ୧୩ ଓ ଲୋକସଭାର ରେକର୍ଡ ସଂଖ୍ୟକ ୪୦ ଜଣ ଦିବଙ୍ଗତ ସାଂସଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।
ରାଜ୍ୟସଭା ଅଧ୍ୟକ୍ଷ ଏମ୍. ଭେଙ୍କିୟାନାଇଡ଼ୁ ବିଶିଷ୍ଟ ଭାସ୍କର୍ଯ୍ୟ ତଥା ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ଡ. ରଘୁନାଥ ମହାପାତ୍ରଙ୍କ ମେ ୯ ତାରିଖରେ ଦେହାନ୍ତ ସଂପର୍କରେ ଶୋକବାର୍ତ୍ତା ପାଠ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶୋକବାର୍ତ୍ତାରେ ରାଜ୍ୟସଭା ଅଧ୍ୟକ୍ଷ ରଘୁନାଥ ମହାପାତ୍ରଙ୍କ ମୃତ୍ୟୁରେ ଦେଶ ଜଣେ ମହାନ ସ୍ବନାମଧନ୍ୟ ଭାସ୍କର୍ଯ୍ୟଙ୍କୁ ହରାଇଛି ବୋଲି କହିଥିଲେ। ରଘୁନାଥଙ୍କ ସମେତ ରାଜ୍ୟସଭାର ଦିବଙ୍ଗତ ସାଂସଦଙ୍କ ଆତ୍ମାର ସଦ୍ଗତି ପାଇଁ ସମସ୍ତ ସାଂସଦ ନିଜ ଆସନରୁ ଉଠି ନିରବ ପ୍ରାର୍ଥନା କରିଥିଲେ। ରଘୁନାଥଙ୍କ ସମ୍ମାନାର୍ଥେ ଗୋଟିଏ ଘଣ୍ଟା ପାଇଁ ରାଜ୍ୟସଭାକୁ ମୁଲତବୀ ରଖାଯାଇଥିଲା। ସେହି ଭଳି ଚତୁର୍ଦ୍ଦଶ ଲୋକସଭାରେ କନ୍ଧମାଳ ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ବ କରିଥିବା ପୂର୍ବତନ ସାଂସଦ ସୁଗ୍ରୀବ ସିଂହଙ୍କ ପରଲୋକରେ ଲୋକସଭା ବାଚସ୍ପତି ଓମ ବିର୍ଲା ଶୋକବାର୍ତ୍ତା ପାଠ କରିବା ସହିତ ସମବେଦନା ଜଣାଇଥିଲେ। ସୁଗ୍ରୀବଙ୍କ ମୃତ୍ୟୁ ଏପ୍ରିଲ ୨୬ରେ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Raghunath-Mohapatra-interview-photo.jpg)