ଲୋକସଭାରେ ଶରତ କରଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : ସୋମବାର ଲୋକସଭାରେ ପୂର୍ବତନ ସାଂସଦ ଶରତ କରଙ୍କ ସମେତ ୯ ଜଣ ଦିବଙ୍ଗତ ସାଂସଦଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା।

ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ ଗୃହର ଉପସ୍ଥିତ ସାଂସଦ ମାନେ ଦିବଙ୍ଗତ ସାଂସଦ ମାନଙ୍କ ଅମର ଆତ୍ମର ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରିଥିଲେ। ଉଲ୍ଲେଖଯୋଗ୍ୟ, ଗତବର୍ଷ ଅକ୍ଟୋବର ୧୨ରେ ପୂର୍ବତନ ସାଂସଦ ତଥା ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କରଙ୍କ ମୃତ୍ୟୁ ହୋଇଥିଲା। ସ୍ବର୍ଗତ କର ୧୯୭୭ ରୁ ୧୯୮୦ ମସିହା ପର୍ଯ୍ୟନ୍ତ କଟକ ଲୋକସଭା ଆସନରୁ ସାଂସଦ ଥିଲେ।

ସମ୍ବନ୍ଧିତ ଖବର