ନୂଆଦିଲ୍ଲୀ : ଯାଜପୁରର ଦିବଙ୍ଗତ ସାଂସଦ ମୋହନ ଜେନାଙ୍କୁ ଆଜି ଲୋକସଭାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଆଜି ଗୃହର କାର୍ଯ୍ୟ ଆରମ୍ଭରେ ସ୍ବର୍ଗତ ଜେନାଙ୍କ ସମେତ ୭ ଜଣ ଦିବଙ୍ଗତ ସାଂସଦଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ପାଠ କରିଥିଲେ। ପ୍ରସ୍ତାବରେ ଶ୍ରୀ ବିର୍ଲା କହିଲେ ଯେ ସାଂସଦ ସ୍ବର୍ଗତ ଜେନା ଚତୁର୍ଦ୍ଦଶ ଓ ପଞ୍ଚଦଶ ଲୋକସଭା ପାଇଁ ଯାଜପୁର ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ବ କରିଥିଲେ। ସେ ବିଭିନ୍ନ ସଂସଦୀୟ କମିଟିର ସଦସ୍ୟ ମଧ୍ୟ ଥିଲେ। ଚଳିତ ମାସ ୧୨ରେ ୬୫ ବର୍ଷ ବୟସରେ ଭୁବନେଶ୍ବରରେ ତାଙ୍କର ମୃତ୍ୟୁ ହୋଇଥିଲା। ଦିବଙ୍ଗତ ୭ ସାଂସଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଗୃହରେଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।