ଦୁବାଇ: ଆଜି ସାରାଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଉଥିବାବେଳେ ଗତକାଲି ସଂଧ୍ୟାରେ ବିଶ୍ବର ଉଚ୍ଚତମ ଟାଓ୍ବାର ଦୁବାଇର ବୁର୍ଜ ଖଲିଫାରେ ଆମର ଜାତୀୟ ପତାକାର ଆଲୋକ ପ୍ରତିରୂପ ପ୍ରଦର୍ଶନ କରାଯାଇଥିଲା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ବିଶ୍ୱର ସବୁଠାରୁ ଉଚ୍ଚ କୋଠାକୁ ତ୍ରିରଙ୍ଗା ସହ ଭାରତୀୟ ଜାତୀୟ ସଙ୍ଗୀତ 'ଜନ ଗଣ ମନ' ଆଲୋକିତ କରାଯାଇଛି ।

Advertisment

ଏକ୍ସ (ପୂର୍ବରୁ ଟ୍ୱିଟର) ବ୍ୟବହାରକାରୀ 'ମୁଫଦ୍ଦାଲ ଭୋରା' ଏହି ଭିଡିଓକୁ ମାଇକ୍ରୋବ୍ଲଗିଂ ସାଇଟ୍ ରେ ଏହାକୁ ଶେୟାର କରିବା ପରେ ଲୋକମାନେ ତାହାକୁ ବେଶ ପ୍ରସଂଶା କରୁଛନ୍ତି । । ଭାଇରାଲ ଭିଡିଓ ଶେୟାର କରି ସେ ଲେଖିଛନ୍ତି, 'ବୁର୍ଜ ଖଲିଫାରେ ଆମ ଜାତୀୟ ସଙ୍ଗୀତ ସହ ତ୍ରିରଙ୍ଗା-ଏକ ଗର୍ବର ମୁହୂର୍ତ୍ତ!"

ଦୁଇଦିନ ପୂର୍ବରୁ ହତାସ ହୋଇଥିଲେ ପାକିସ୍ତାନୀ

ଏହାର ମାତ୍ର ଦୁଇ ଦିନ ପରେ ଦୁବାଇରେ ପାକିସ୍ତାନୀମାନେ ହଙ୍ଗାମା କରିଥିଲେ। ବୁର୍ଜ ଖଲିଫାରେ ପାକିସ୍ତାନୀ ଜାତୀୟ ପତାକା ପ୍ରଦର୍ଶନ ହୋଇନଥିବା ଶହ ଶହ ପାକିସ୍ତାନୀ ଏକାଠି ହୋଇ ହଙ୍ଗାମା କରିଥିଲେ । ଏ ସଂପର୍କିତ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ବୁର୍ଜ ଖଲିଫା ନିକଟରେ ମଧ୍ୟରାତ୍ରିରେ ପାକିସ୍ତାନୀ ନାଗରିକଙ୍କ ପ୍ରବଳ ଭିଡ଼ ହୋଇଥିଲା କାରଣ ସେମାନେ ଆଶା କରୁଥିଲେ ଯେ ଏହା ସେମାନଙ୍କ ଜାତୀୟ ପତାକାର ରଙ୍ଗରେ ଆଲୋକିତ ହେବ । କିନ୍ତୁ ଏହା ହୋଇନଥିବାରୁ ସେମାନେ ନିରାଶ ହୋଇଥିଲେ ଓ ହଙ୍ଗାମା କରିଥିଲେ ।