ରାଜ୍ୟସଭା ସାଂସଦ ପାଇଁ ସୁସ୍ମିତା ଦେବଙ୍କୁ ମନୋନୀତ କଲା ତୃଣମୂଳ କଂଗ୍ରେସ

ନୂଆଦିଲ୍ଲୀ: ମାସେରୁ କମ୍‌ ହେବ କଂଗ୍ରେସ ଦଳ ପରିତ୍ୟାଗ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳରେ ଯୋଗ ଦେଇ ଥିବା ଆସାମ ସିଲଚର ଆସନର ପୂର୍ବତନ ସାଂସଦ ସୁସ୍ମିତା ଦେବଙ୍କୁ ‘ତୃଣମୂଳ କଂଗ୍ରେସ’ ରାଜ୍ୟସଭା ପାଇଁ ମନୋନୀତ କରିଛି।

‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେବା ସମୟରେ ସୁସ୍ମିତା ଦେବ କହିଥିଲେ, ସେ ଜନସାଧାରଣଙ୍କ ସେବାର ଗୋଟାଏ ନୂତନ ଅଧ୍ୟାୟ ଆରମ୍ଭ କରୁଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଶାସକ ‘ବିଜେପି’କୁ ବିରୋଧ କରିବା ଲାଗି ‘ତୃଣମୂଳ କଂଗ୍ରେସ’ ଯୋଜନ କରୁଥିବା ଅଗରତାଲାରେ ସୁସ୍ମିତା ଦେବ ଅବସ୍ଥାନ କରୁଛନ୍ତି।

ଆଜି ତୃଣମୂଳ କଂଗ୍ରେସ୍‌ ଟୁଇଟ୍‌ କରି କହିଛି, ସୁସ୍ମିତା ଦେବଙ୍କୁ ସଂସଦର ଉପର ସଦନକୁ ମନୋନୀତ କରି ଆମେ ଅତ୍ୟନ୍ତ ଆନନ୍ଦିତ। ସୁଯୋଗ ଦେଇଥିବାରୁ ‘ତୃଣମୂଳ କଂଗ୍ରେସ’କୁ ଧନ୍ୟବାଦ ଜଣାଇ ସୁସ୍ମିତା ଦେବ ମଧ୍ୟ ଟୁଇଟ୍‌ କରିଛନ୍ତି, ମୁଁ ଆତ୍ମହରା ‌ହୋଇପଡ଼ିଛି। ଅନ୍ତରରୁ ମୁଁ ମୋ ନେତ୍ରୀ ମମତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ସଂସଦରେ ଅଧିକ ନାରୀ ଦେଖିବା ନିମନ୍ତେ ତାଙ୍କ ବିଚାରଧାର ପ୍ରଶଂସନୀୟ। ମୁଁ ମୋର ପାରୁପର୍ଯ୍ୟନ୍ତ ସର୍ବୋତ୍ତମ କାର୍ଯ୍ୟ କରିବି।

Image Courtesy of The Sunday Guardian

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ସନ୍ତୋଷ ମୋହନ ଦେବ ଏବଂ ପୂର୍ବତନ ବିଧାୟିକା ବିଥିକା ଦେବଙ୍କ କନ୍ୟା ସୁସ୍ମିତା ଦେବ ହେଉଛନ୍ତି ଆସାମ ସିଲଚର ଆସନର ପୂର୍ବତନ ଲୋକସଭା ସାଂସଦ। ଏବର୍ଷ ପ୍ରାରମ୍ଭରେ ଅନୁଷ୍ଠିତ ଆସାମ ବିଧାନସଭା ନିର୍ବାଚନରେ ସେ ସିଲଚରରେ ‘ବିଜେପି’ର ରାଜଦୀପ ରାୟଙ୍କ ଠାରୁ ପରାସ୍ତ ହୋଇଥିଲେ।

‘ତୃଣମୂଳ କଂଗ୍ରେସ’ ସାଂସଦ ରଞ୍ଜନ ଭୂୟାଁ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ୟାବିନେଟ୍‌ରେ ଜଣେ ମନ୍ତ୍ରୀ ରୂପେ ଶପଥ ନେବାରୁ ସଂସଦର ଉପର ସଦନରେ ପଶ୍ଚିମବଙ୍ଗର ଗୋଟିଏ ଆସନ ଖାଲି ପଡ଼ିଥିଲା।

ଭାରତର ନିର୍ବାଚନ କମିସନ୍‌ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ଖାଲି ପଡ଼ିଥିବା ୭ଟି ରାଜ୍ୟସଭା ଆସନ ପାଇଁ ଅକ୍ଟୋବର ୪ ତାରିଖରେ ଉପନିର୍ବାଚନ କରାଯିବ। ତନ୍ମଧ୍ୟରୁ ପଶ୍ଚିମବଙ୍ଗରୁ ଗୋଟିଏ ଆସନ ଖାଲିପଡ଼ିଛି।

ସମ୍ବନ୍ଧିତ ଖବର