ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ପଦରୁ ହଟାଇବା ପାଇଁ ରାଷ୍ଟ୍ରପତିଙ୍କୁ ଭେଟିଲେ ଟିଏମସି ସାଂସଦ

ନୂଆଦିଲ୍ଲୀ: ସୋମବାର ଅପରାହ୍ନରେ ତୃଣମୂଳ କଂଗ୍ରେସର କିଛି ସାଂସଦ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି | ଭାରତର ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ପଦରୁ ହଟାଇବାକୁ ଚାହୁଁଥିବା ନେଇ ସେମାନେ ରାଷ୍ଟ୍ରପତିଙ୍କୁ ଜଣାଇଛନ୍ତି। ଏହାପୂର୍ବରୁ ପଶ୍ଚିମବଙ୍ଗ ଭାରତୀୟ ଜନତା ପାର୍ଟି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ତୁଷାର ମେହେଟ୍ଟା ଭେଟିବା ପରେ ତାଙ୍କୁ ପଦରୁ ହଟାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟିଏମସି ସାଂସଦ ଚିଠି ଲେଖିଥିଲେ |

ଆଜି ରାଷ୍ଟ୍ରପତିଙ୍କୁ ଭେଟିବା ପରେ ଟିଏମସି ସାଂସଦ ସୁଖେନ୍ଦୁ ଶେଖର ରାୟ ଏବଂ ମହୁଆ ମୋଇତ୍ରା କହିଛନ୍ତି ଯେ, ଆମେ ବର୍ତ୍ତମାନ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଛୁ ଏବଂ ଏସ.ଜି ତୁଷାର ମେହେଟ୍ଟାଙ୍କ କାର୍ଯ୍ୟାଳୟ ଦ୍ୱାରା ହେଉଥିବା ଅନୁପଯୁକ୍ତ କାର୍ଯ୍ୟ ସମ୍ପର୍କରେ ତାଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରିଛୁ ଏବଂ ଆମେ ତୁରନ୍ତ ଏସ.ଜିଙ୍କର ଇସ୍ତଫା ମାଗିଛୁ |

Tushar Mehta-Suvendu Adhikari Meeting: TMC MPs to Meet President to Push for SG's Removal
The Wire

ମହୁଆ ମୋଇତ୍ରା କହିଛନ୍ତି ଯେ, ଜୁଲାଇ ୧ରେ ପଶ୍ଚିମବଙ୍ଗ ବିଧାନସଭାର ଜଣେ ନିର୍ଦ୍ଦିଷ୍ଟ ବିଜେପି ନେତା ଏବଂ ବିଧାୟକ ଗୃହମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲେ ଏବଂ ଏହା ପରେ ତୁରନ୍ତ ୧୦ ଆକବର ରୋଡରେ ଥିବା ସଲିସିଟର-ଜେନେରାଲଙ୍କ ଘରକୁ ଯାଇଥିଲେ। ସଲିସିଟର-ଜେନେରାଲଙ୍କ ବାସଭବନରେ ପ୍ରବେଶ କରିବାକୁ ଶୁଭେନ୍ଦୁ ଅଧିକାରୀଙ୍କୁ ଅନୁମତି କିଏ ଦେଲା? ସଲିସିଟର-ଜେନେରାଲ ଏପରି କରି ବାର ପରିଷଦର ନିୟମ, ବୃତ୍ତିଗତ ନୈତିକତାକୁ ଉଲ୍ଲଂଘନ କରିଛନ୍ତି | ଏଥିପାଇଁ ତାଙ୍କୁ ତାଙ୍କ ପଦରୁ ହଟାଯିବା ଦରକାର |

ସମ୍ବନ୍ଧିତ ଖବର