ମୁର୍ସିଦାବାଦରେ ତ୍ରିପଲ୍‌ ମର୍ଡର, ପୁଅ ସହ ଶିକ୍ଷକ ଦମ୍ପତିଙ୍କୁ ହତ୍ୟା

କୋଲକାତା: ପଶ୍ଚିମବଂଗର ମୁର୍ସିଦାବାଦ ଜିଲ୍ଲାରେ ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଶିକ୍ଷକ ଦମ୍ପତି ଏବଂ ତାଙ୍କ ୮ ବର୍ଷର ପୁଅକୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ ମୃତଦେହ ଜବତ କରିଛି। ହତ୍ୟାକାଣ୍ଡକୁ ନେଇ ପୁଲିସ ଦ୍ବନ୍ଦ୍ବରେ ପଡ଼ିଛି। ସମ୍ପତ୍ତି ବିବାଦରୁ ଏହି ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ସାଗରଦୀଘୀ ନିବାସୀ ବନ୍ଧୁ ପ୍ରକାଶ ପାଲ୍‌(୩୫) ସାହାପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ସେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) ସଦସ୍ୟ ଥିଲେ। ୫ ବର୍ଷ ହେଲା ସେ ପତ୍ନୀ ବିଉଟି ମଣ୍ଡଳ(୩୦) ଏବଂ ପୁଅ ଅଙ୍ଗନ ବନ୍ଧୁ ପାଲ୍‌(୮)ଙ୍କ ସହ ଜିୟାଗଞ୍ଜର ଲେବୁତଲାରେ ରହୁଥିଲେ। ଦଶହରା ଦିନ ସେମାନଙ୍କୁ ହତ୍ୟା କରାଯାଇଛି। ।

ସମ୍ବନ୍ଧିତ ଖବର