ନୂଆଦିଲ୍ଲୀ : ଭାରତ ଏବେ ଦ୍ବିତୀୟ ଲହର ସଂକ୍ରମଣର ମଧ୍ୟଭାଗରେ ଅଛି। ବ୍ରାଜିଲ୍କୁ ଟପି ଭାରତ ବିଶ୍ବରେ ଦ୍ବିତୀୟ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ପାଲଟିଥିବା ବେଳେ ଦ୍ବିତୀୟ ଲହର ସଂକ୍ରମଣ ଦେଶରେ ଅତି ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଟ୍ରିପଲ୍ ମୁଟାଣ୍ଟ୍ ଷ୍ଟ୍ରେନ୍ ତଥା ବେଙ୍ଗଲ୍ ଷ୍ଟ୍ରେନ୍ ନୂଆ ଚିନ୍ତାର କାରଣ ପାଲଟିଛି। ଏହି ଷ୍ଟ୍ରେନ୍ ୪ ରାଜ୍ୟର ସଙ୍କଟ ବଢ଼ାଇଛି। ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ ପରି ରାଜ୍ୟମାନଙ୍କରେ ଟ୍ରିପଲ୍ ମୁଟାଣ୍ଟ୍ ଷ୍ଟ୍ରେନ୍ ଚିହ୍ନଟ ହେବା ସହ ଏହା ଦ୍ବାରା ସଂକ୍ରମଣ ଅତି କ୍ଷୀପ୍ର ଗତିରେ ମାଡ଼ିଚାଲିଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ପଶ୍ଚିମବଙ୍ଗ ଏହି ଟ୍ରିପଲ୍ ମୁଟାଣ୍ଟ୍ର ହଟ୍ସ୍ପଟ୍। ଏହା ଡବଲ୍ ମୁଟାଣ୍ଟ୍ ଅପେକ୍ଷା ଅଧିକ ସଂକ୍ରାମକ। ଟ୍ରିପଲ୍ ମୁଟାଣ୍ଟ୍ ଅତି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ। ଜଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଥିଲେ ମଧ୍ୟ ଟ୍ରିପଲ୍ ମୁଟାଣ୍ଟ୍ ରୋଗ ପ୍ରତିରୋଧକତାରୁ ଖସି ଯାଉଛି । ଟିକା ନେଇଥିବା ଲୋକଙ୍କୁ ମଧ୍ୟ ଟ୍ରିପଲ୍ ମୁଟାଣ୍ଟ୍ ସହଜରେ ସଂକ୍ରମିତ କରିପାରୁଥିବା ଜଣାପଡ଼ିଛି।
୪ ରାଜ୍ୟର ସଙ୍କଟ ବଢ଼ାଇଲା ଟ୍ରିପଲ୍ ମୁଟାଣ୍ଟ୍ ଷ୍ଟ୍ରେନ୍
/sambad/media/post_attachments/wp-content/uploads/2021/04/corona-bbb-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)