ତିନି ତଲାକ୍‌ ଆଇନର ଦୁରୁପଯୋଗ ରୋକିବାକୁ ବ୍ୟବସ୍ଥା ନାହିଁ: ବିଜେଡି

ନୂଆଦିଲ୍ଲୀ : ତିନି ତଲାକ୍‌ ଆଇନର ଦୁରୁପଯୋଗ ରୋକିବା ପାଇଁ ବିଲ୍‌ରେ କୌଣସି ବ୍ୟବସ୍ଥା ନଥିବା ବିଜେଡି କହିଛି। ଆଜି ଲୋକସଭାରେ ବିଲ୍‌ ନେଇ ଆଲୋଚନା ବେଳେ ସାଂସଦ ରବୀନ୍ଦ୍ର ଜେନା କହିଥିଲେ, ବିଲ୍‌ରେ ଆଇନର ଦୁରୁପଯୋଗ ରୋକିବା ବ୍ୟବସ୍ଥା ନଥିବାରୁ ଏ ଦିଗରେ ସରକାର ଗୁରୁତ୍ବର ସହ ଚିନ୍ତା କରିବା ଉଚିତ। ଅପରାଧିକ ଦଣ୍ଡ ଭୟରେ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ବଦଳରେ ପରିତ୍ୟକ୍ତ କରିବା ପାଇଁ ଅନେକ ଲୋକ ଚାହିବେ ବୋଲି ସେ କହିଛନ୍ତି। ଯଦି ଜଣେ ଲୋକ ଜେଲ୍‌ରେ ରହିବ, ତା’ହେଲେ ସେ କ୍ଷତିପୂରଣ କିଭଳି ଦେଇପାରିବ ବୋଲି ସେ ପ୍ରଶ୍ନ କରିଥିଲେ। ସୁପ୍ରିମ୍‌କୋର୍ଟ ଯେତେବେଳେ ତିନି ତଲାକ୍‌ ନେଇ ରାୟ ସ୍ପଷ୍ଟ ରୂପେ ଶୁଣାଇଛନ୍ତି, ସେଭଳି ସ୍ଥିତିରେ ସଂସଦରେ ଆଇନ ଆଣିବାର କ’ଣ ଆବଶ୍ୟକତା ରହିଛି ବୋଲି ସେ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର