ତିନି ତଲାକ୍‌ ବିଲ୍‌କୁ ବିଜେଡି ବିରୋଧ କରୁନି, ସଂଶୋଧନ ଚାହୁଛି: ପ୍ରସନ୍ନ ଆଚାର୍ଯ୍ୟ

ନୂଆଦିଲ୍ଲୀ : ରାଜ୍ୟସଭାରେ ଆଜି ମୁସ୍‌ଲିମ ମହିଳା ବିବାହ ଅଧିକାର ସୁରକ୍ଷା (ତିନି ତଲାକ୍‌) ବିଲ୍‌ ଆଗତ ହୋଇଥିଲା। କିନ୍ତୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଏହା ଉପରେ ଆଜି ଆଲୋଚନା ‌ହୋଇପାରିନି।‌ ‌େତବେ ଆଜି ରାଜ୍ୟସଭାରେ ବିଜେଡିର ୩ ଜଣ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅନୁଭବ ମହାନ୍ତି ଓ ପ୍ରଶାନ୍ତ ନନ୍ଦ ଉପସ୍ଥିତ ଥିଲେ। ବିଜେଡି ଆଜି ରାଜ୍ୟସଭାରେ ବିରୋଧୀଙ୍କ ଦ୍ବାରା ବିଲ୍‌କୁ ଚୟନ କମିଟିକୁ ପଠାଇବା ଦାବି ସମ୍ପର୍କରେ ନିଜକୁ ଦୂରେଇ ରଖିଥିଲା। ବିଜେଡିର ରାଜ୍ୟସଭା ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ କହିବାନୁଯାୟୀ ବିଜେଡି ତିନି ତଲାକ୍‌ ବିଲ୍‌କୁ ବିରୋଧ କରୁନାହିଁ। ବିଲ୍‌କୁ ସଂଶୋଧିତ କରାଯାଇ ଗୃହୀତ କରାଯିବାର ଆବଶ୍ୟକତା ରହିଛି। ସେ କହିଛନ୍ତି ଯେ ବିଜେଡି ବିଲ୍‌କୁ ଲଟକାଇ ରଖିବା ସପକ୍ଷରେ ଆ‌ଦୌ ନାହିଁ। ସରକାର ନିଜ ଜିଦ୍‌ରେ ଅଟଳ ନରହି ବିରୋଧୀ ଦଳମାନଙ୍କ ସହ ଆଲୋଚନା କରି ବିଲ୍‌କୁ ଆବଶ୍ୟକ ସଂ‌ଶୋଧନ ସହ ଗୃହୀତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର