କେନ୍ଦ୍ର ସରକାରଙ୍କୁ ନୋଟିସ୍‌, ତିନି ତଲାକ ଆଇନର ସମୀକ୍ଷା କରିବେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ତିନି ତଲାକ ଆଇନ ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମ୍‌ କୋର୍ଟ ଗ୍ରହଣ କରିଛନ୍ତି ଏବଂ ଏହି ଆଇନର ସମୀକ୍ଷା କରାଯିବ ବୋଲି କହିଛନ୍ତି। ଏ ବାବଦରେ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରାଯାଇଛି । ସୁପ୍ରିମ୍‌ କୋର୍ଟ ଆଜି ଏ ବାବଦ ଶୁଣାଣିରେ କହିଛନ୍ତି ଯେ ଯେ ଯଦି କୌଣସି ଧାର୍ମିକ ପ୍ରଥାକୁ ଅପରାଧ ଭାବେ ଘୋଷଣା କରାଯିବ ତା’ହେଲେ ଏହାକୁ ଅପରାଧ ଶ୍ରେଣୀରେ ରଖିବା ପାଇଁ ନିଆଯାଇଥିବା ପଦକ୍ଷେପର ସମକ୍ଷା ହେବ। ତିନି ତଲାକ ଆଇନ ବିରୋଧରେ ସୁପ୍ରିମ୍‌ କୋର୍ଟରେ ୩ଟି ଆବେଦନ ଦାଖଲ କରାଯାଇଛି। ମୁସ୍‌ଲିମ ସ୍ବାମୀମାନଙ୍କୁ ଦଣ୍ଡିତ କରିବା ଏହି ଆଇନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉଲେମା ଏ ହିନ୍ଦ୍ ପକ୍ଷରୁ କରାଯାଇଥିବା ଆବେଦନରେ ଦର୍ଶାଯାଇଛି। ନୂତନ ଆଇନ ମୁତାବକ ତିନି ତଲାକ ଭାରତରେ ଅପରାଧ ବିବେଚିତ ହୋଇଛି ।

ସମ୍ବନ୍ଧିତ ଖବର