ତିନି ତଲାକ ଉପରେ ମୋଦିଙ୍କ ବିଲକୁ ‘ମୁସଲିମ୍‌ ପର୍ସନାଲ ଲ ବୋର୍ଡ’ର ବିରୋଧ

ଲକ୍ଷ୍ନୌ: ସୁପ୍ରିମକୋର୍ଟ ଦ୍ୱାରା ତିନି ତଲାକକୁ ବେଆଇନ କୁହାଯିବା ପରେ କେନ୍ଦ୍ରରେ ମୋଦି ସରକାର ଏହାରି ଉପରେ ଆଇନ ଆଣିବାକୁ ଯାଉଛନ୍ତି। ଏ ନେଇ ସଂସଦର ଚଳିତ ଅଧିବେଶନରେ ବିଧେୟକ ଅନୁମୋଦନ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ହୋଇଛି। କିନ୍ତୁ ପୂର୍ବରୁ ଅଲ ଇଣ୍ଡିଆ ମୁସଲିମ୍‌ ପର୍ସନାଲ ଲ ବୋର୍ଡ ଏହି ବିଧେୟକକୁ ମହିଳା ବିରୋଧୀ ବୋଲି କହିଛି।

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ରବିବାର ପର୍ସନାଲ ଲ ବୋର୍ଡର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ତିନି ତଲାକ ନେଇ ପ୍ରସ୍ତାବିତ ବିଧେୟକ ଉପରେ ଆଲୋଚନା ହୋଇଛି। ବହୁ ସମୟ ଧରି ଆଲୋଚନା ହେବା ପରେ ବୋର୍ଡ ପକ୍ଷରୁ ଏହାକୁ ଖାରଜ କରି ଦିଆଯିବା ପାଇଁ ନିଷ୍ପତ୍ତି ନେଇଛି। ବୈଠକରେ ତିନି ତଲାକକୁ ନେଇ ଆସୁଥିବା ବିଲକୁ ବୋର୍ଡ ମହିଳା ବିରୋଧୀ କୂହାଯାଇଛି। ବୋର୍ଡର ବୈଠକରେ ତିନି ତଲାକ ଉପରେ ପ୍ରସ୍ତୁତ ହୋଇଥିବା ଆଇନ ମହିଳାଙ୍କ ସ୍ୱାଧୀନତାକୁ ହସ୍ତକ୍ଷେପ କରୁଛି। ଜରୁରୀକାଳୀନ ବୈଠକରେ ୫୧ ଜଣ ସଦସ୍ୟ ଉପସ୍ଥିତ ଥିଲେ। ବୋର୍ଡର ଅଧ୍ୟ’ ରାବେ ହାସନ, ସାଧାରଣ ସମ୍ପାଦକ ମୌଲାନା ସଇଦ ରହମାନୀ, ସମ୍ପାଦକ ମୌଲାନା ଖାଲିଦ ସୈଫୁଲ୍ଲା, ଖଲିଲୁଚ ସଜ୍ଜାଦ ନୌମାନୀ, ମୌଲାନା ଫଜଲୁର ରହିମ, ମୌଲାନା ସଲମାନ ହୁସେନ ନଦବୀ ମଧ୍ୟ ପହଞ୍ଚି ଥିଲେ।

ସୂଚନାଯୋଗ୍ୟ, ବଡ଼ଦିନ ଛୁଟି ପରେ ମଙ୍ଗଳବାର ସଂସଦରେ ତିନି ତଲାକ ବିଲ ଉପସ୍ଥାପନ ହେବ। ଏହାକୁ ପର୍ସନାଲ ଲ ବୋର୍ଡ ବିରୋଧ କରିପାରେ।

ସମ୍ବନ୍ଧିତ ଖବର