ନୂଆଦିଲ୍ଲୀ : ଏକ ଲମ୍ବା ବିତର୍କ ପରେ ଲୋକସଭାରେ ଆଜି ଟ୍ରିପିଲ ତଲାକ ବିଲ ବା ମୁସଲିମ ମହିଳା ( ବିବାହ ଅଧିକାର ସୁରକ୍ଷା) ବିଲ୍ ପାସ୍ ହୋଇଯାଇଛି । ଏହି ବିଲ ସପକ୍ଷରେ ୩୦୩ ଟି ଭୋଟ ପଡିଥିଲା । ତେବେ ଭୋଟିଂ ବେଳେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ ଓ ଜେଡିଏସ ପକ୍ଷରୁ କକ୍ଷତ୍ୟାଗ କରାଯାଇଥିଲା ।
ଏହି ବିଲ ପାରିତ ହେଲେ ମୁସଲିମ ମହିଳାଙ୍କୁ ଗୋଟିଏ ଥରରେ ତିନିଥର ତଲାକ କହି ଛାଡପତ୍ର ଦେବା ବେଆଇନ ହୋଇଯିବ । ଦୋଷୀ ବିରୋଧରେ ଜେଲଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି । ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାକୁ ଆଗତ କରିଥିଲେ । ଏହି ବିଲ ଉପରେ ଅଧିକ ତର୍ଜମା ପାଇଁ ଏହାକୁ ସିଲେକ୍ଟ କମିଟିକୁ ପଠାଇବାକୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ ଓ ଏନଡିଏ ସହଯୋଗୀ ଦଳ ଜେଡିଏସ ଦାବି କରୁଥିଲେ । ତେବେ ସରକାର କହିଛନ୍ତି ଯେ ଏହି ବିଲ ମୁସଲିମ ମହିଳାମାନଙ୍କୁ ଲିଙ୍ଗଗତ ସମାନତା ଓ ନ୍ୟାୟ ପ୍ରଦାନ କରିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/Triple_talaq.jpeg)