ନୂଆଦିଲ୍ଲୀ: ତ୍ରିପୁରାରେ ଭାରତୀୟ ଜନତା ପାର୍ଟିକୁ ଝଟ୍‌କା ଲାଗିଛି। ଏଠାରେ ଭାରତୀୟ ଜନତା ପାର୍ଟିର ଏକମାତ୍ର ସହଯୋଗୀ ଦଳ ଇଣ୍ଡିଜିନସ ପିପୁଲ୍‌ସ ଫ୍ରଣ୍ଟ୍‌ ଅଫ୍‌ ତ୍ରିପୁରା (ଆଇପିଏଫ୍‌ଟି) ରାଜ୍ୟର ଦୁଇଟି ଯାକ ଲୋକସଭା ଆସନରେ ନିର୍ବାଚନ ଲଢ଼ିବାକୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଭାରତୀୟ ଜନତା ପାର୍ଟି ସହିତ ଆସନ ବୁଝାମଣା ନ ହେବା ପରେ ଆଇପିଏଫ୍‌ଟି ଏହି ପଦକ୍ଷେପ ଗ୍ରହଣ କରିଛି।

Advertisment

ଆଇପିଏଫ୍‌ଟିିର ମୁଖ୍ୟ ଏନସି ଦେବ ବର୍ମା କହିଛନ୍ତି ଯେ ସେ ନିଜେ ପୂର୍ବ ତ୍ରିପୁରା ଲୋକସଭା ଆସନରୁ ପ୍ରାର୍ଥୀ ହେବେ। ଯୁବ ଆଦିବାସୀ ନେତା ଶୁଳ୍କା ଚରଣ ନେତିୟା ପଶ୍ଚିମ ତ୍ରିପୁରା ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ଦାସବର୍ମା କହିଛନ୍ତି ଯେ ଭାଜପା ସହିତ ଏହା ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ ହେବ। ଆସାମର ଏନ୍‌ ଇଡିଏ ଓ ଏନଡିଏର ସହଯୋଗୀ ଅଛି ଆଇପିଏଫ୍‌ଟି। ଏଠାରେ ସୂଚନାଯୋଗ୍ୟ ଯେ, ତ୍ରିପୁରା ଭାଜପା ମୁଖପାତ୍ର ନଭେନ୍ଦୁ ଭଟ୍ଟାଚାର୍ଯ୍ୟ କହିଥିଲେ ଯେ ଭାରତୀୟ ଜନତା ପାର୍ଟି ତ୍ରିପୁରାର ଦୁଇଟି ଆସନରେ ପ୍ରାର୍ଥୀ ଦେବ। ଆଇପିଏଫ୍‌ଟିର ମୁଖପାତ୍ର ମଙ୍ଗଳ ଦେବ ବର୍ମା କହିଛନ୍ତି ଯେ ଭାଜପା ନେତା ମାନେ ତ୍ରିପୁରା ପାଇଁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ଦେବା ସମୟରେ ତାଙ୍କ ଦଳକୁ ଅଣଦେଖା କରିଛନ୍ତି।