ଏନ୍‌ଆର୍‌ସି ପାଇଁ ତ୍ରିପୁରା ମୁଖ୍ୟମନ୍ତ୍ରୀ ହଟହଟା

ଅଗରତାଲା: ଆସାମାର ରାଷ୍ଟ୍ରୀୟ ନାଗରିକ ପଂଜିକା (ଏନ୍‌ଆର୍‌ସି)ର ଚୂଡ଼ାନ୍ତ ଚିଠା ତାଲିକାକୁ ନେଇ ମୋଦୀ ସରକାର ଓ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ବିବାଦ ଥମି ନଥିବା ବେଳେ ତି୍ରପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଏହି ତାଲିକା ଯୋଗୁ ଅଡୁଆରେ ପଡ଼ିଛନ୍ତି। ଏନ୍‌ଆର୍‌ସି ତାଲିକା ପ୍ରକାଶ ପାଇବା ପରେ ଗତ ଗୁରୁବାରରୁ ଶନିବାର ୩ ଦିନ ପର୍ଯ୍ୟନ୍ତ ତାଙ୍କ ଓ୍ଵିକିପିଡିଆ ପ୍ରୋଫାଇଲ୍‌ ପେଜ୍‌ରେ ମୋଟ ୩୭ ସଂଶୋଧନ କରାଯାଇଛି। ବିପ୍ଳବଙ୍କ ଜନ୍ମସ୍ଥାନ କେତେବେଳେ ବାଂଲାଦେଶ ତ କେତେବେଳେ ଭାରତ ବୋଲି ଉଲ୍ଲେଖ କରାଯାଇଥିଲା। କିନ୍ତୁ ବିପ୍ଳବ ଏ ବାବଦରେ ମୁହଁ ଖୋଲି ସେ ଭାରତରେ ହିଁ ଜନ୍ମଲାଭ କରିଥିବା ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର