ଅଗରତାଲା: ସାରା ଦେଶରେ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ଭକ୍ତ ଓ ଶିଷ୍ୟମାନଙ୍କ ଭାବାବେଗ ପ୍ରତି ସମ୍ମାନ ଜଣାଇ ସତସଙ୍ଗର ପ୍ରଧାନ ଆଚାର୍ଯ୍ୟଦେବ ଶ୍ରୀଶ୍ରୀଦାଦାଙ୍କୁ ବୌଦ୍ଧ ଧର୍ମଗୁରୁ ଦଲାଇଲାମାଙ୍କ ଭଳି ଦେଶର ସମସ୍ତ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚରୁ ନିଷ୍କୃତି ଦେବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ପୃଥକ୍ ଭାବେ ଚିଠି ଲେଖିଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ।

Advertisment

publive-image

ତ୍ରିପୁରା ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଲେଖିଛନ୍ତି ବର୍ତ୍ତମାନ ସାରା ଦେଶରେ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ୫କୋଟିରୁ ଊର୍ଦ୍ଧ୍ୱ ଭକ୍ତ ଓ ଶିଷ୍ୟ ଅଛନ୍ତି। ତାଙ୍କର ଉତ୍ତରସୂରୀ ତଥା ସତସଙ୍ଗର ବର୍ତ୍ତମାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀଶ୍ରୀଦାଦା ୮୬ ବର୍ଷ ବୟସରେ  ବି ସାରା ଦେଶ ଭ୍ରମଣ କରି ଶ୍ରୀଶ୍ରୀଠାକୁରଙ୍କ ବାଣୀ ଓ ଭାବଧାରା ପ୍ରଚାର-ପ୍ରସାରରେ ବ୍ରତୀ ଅଛନ୍ତି। ତେଣୁ ସମଗ୍ର ଦେଶର ଭକ୍ତ ଓ ଶିଷ୍ୟମାନଙ୍କ ଭାବାବେଗକୁ ସମ୍ମାନ ଜଣାଇ ତାଙ୍କୁ ଦେଶର ବିମାନ ବନ୍ଦରଗୁଡ଼ିକରେ ସୁରକ୍ଷା ଯାଞ୍ଚରୁ ବାଦ ଦେବା ଲାଗି ଅନୁରୋଧ ଜଣାଇ ତ୍ରିପୁରା ମୁଖ୍ୟମନ୍ତ୍ରୀ ଶ୍ରୀ ଦେବ କେନ୍ଦ୍ରସ୍ବରାଷ୍ଟ୍ରମନ୍ତ୍ରୀ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।