ଅଗରତାଲା: ରବିବାର ଦିନ ଜଣେ ଟିକି ଝିଅକୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ତ୍ରିପୁରାର ମୁଖ୍ୟମନ୍ତ୍ରୀ ମାଣିକ ସାହା ଅଭିଭୂତ କରିପକାଇଥିବା ‘ଏନ୍‌ଡିଟିଭି’ ରିପୋର୍ଟ କରିଛି।

Advertisment

ପ୍ରାପ୍ତ ସୂଚନା ଅନୁସାରେ, ଦିନକ ତଳେ ଟ୍ରେନ୍‌ ଯାତ୍ରା ବ‌େଳେ ମୁଖ୍ୟମନ୍ତ୍ରୀ ସାହା ଚତୁର୍ଥ ଶ୍ରେଣୀରେ ପଢୁଥିବା ସେ ଝିଅକୁ ଭେଟି ଖୁବ୍‌ ଆତ୍ମୀୟତାର ସହିତ କଥାବାର୍ତ୍ତା କରିଥିଲେ।

ସେଦିନ ଥିଲା ଶନିବାର ସନ୍ଧ୍ୟା। ଟ୍ରେନ୍‌ରେ କୁମାରଘାଟରୁ ଅଗରତାଲା ଯିବା ବାଟରେ ଚତୁର୍ଥ ଶ୍ରେଣୀ ଛାତ୍ରୀ ଶ୍ରୀୟାଦିତା ଦାସଙ୍କ ସହିତ ମୁଖ୍ୟମନ୍ତ୍ରୀ କଥାବାର୍ତ୍ତା କରିଥିଲେ। ଅଗଷ୍ଟ ୬ ତାରିଖ ଦିନ ତା’ର ଜନ୍ମଦିନ ବୋଲି ଶ୍ରୀୟାଦିତା ମୁଖ୍ୟମନ୍ତ୍ରୀଙ୍କୁ କହିଥିଲା। ତାହା ମନେରଖି ମୁଖ୍ୟମନ୍ତ୍ରୀ ରବିବାର ଦିନ ସାମାଜିକ ଗଣମାଧ୍ୟମରେ ଶୁଭକାମନା ଜଣାଇ ଝିଅଟିକୁ ଆଚମ୍ବିତ କରିଦେଇଥିଲେ।

publive-image Image Courtesy of ANI

ଟ୍ରେନ୍‌ରେ ଜଣେ ସାଧାରଣ ବ୍ୟକ୍ତି ଭାବେ ଯାତ୍ରା କରିବା ବେଳେ ସାହା ଶ୍ରୀୟାଦିତା ସହିତ କଥାବାର୍ତ୍ତା କରୁଥିବା ବ‌େଳେ ତା’ର ଚିନ୍ତାଧାରା ଓ ଅନୁଭୂତି ପ୍ରତି ବିଶେଷ ଆଗ୍ରହ ଦେଖାଇଥିଲେ। ପରେ ‘ଫେସ୍‌ବୁକ୍‌’ରେ ମୁଖ୍ୟମନ୍ତ୍ରୀ ସାହା ଲେଖିଥିଲେ, ଗତକାଲି ଟ୍ରେନ୍‌ରେ କୁମାରଘାଟରୁ ଅଗରତାଲା ଆସିବା ବାଟରେ ଚତୁର୍ଥ ଶ୍ରେଣୀରେ ପଢୁଥିବା ଟିକିଝିଅ ଶ୍ରୀୟାଦିତା ଦାସ ସହିତ କଥାବାର୍ତ୍ତା କରିବା ବେଳେ ଆଜି ତା’ର ‘ହାପି ବାର୍ଥଡେ’ ବୋଲି ଜାଣିବାକୁ ପାଇଥିଲି। ‘ଶୁଭ ଜନ୍ମଦିନ ଶ୍ରୀୟାଦିତା’। ତା’ର ସଫଳ ଭବିଷ୍ୟତ ନିମନ୍ତେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି।

ଜନ୍ମଦିନ ଶୁଭେଚ୍ଛା ଜଣାଇ ଥିବାରୁ ଶ୍ରୀୟାଦିତା ଓ ତା’ର ପରିବାର କୃତାର୍ଥ ମନେକରିଛନ୍ତି।