ଚର୍ଚ୍ଚାରେ ରହିବାକୁ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ନୂଆ ଫନ୍ଦି; ମଂଚ ଉପରେ ମାରିଲେ ୪୫ ଥର ଦଣ୍ଡ

ଅଗରତାଲା: ଚର୍ଚ୍ଚାରେ ରହିବା ପାଇଁ କୌଣସି ବି ସୁଯୋଗ ହାତ ଛଡ଼ା କରନ୍ତି ନାହିଁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ। ନିକଟରେ ଇଣ୍ଡିଆ ଟୁଡେ ପକ୍ଷରୁ ଆୟୋଜନ କରାଯାଇଥିବା ଇଣ୍ଡିଆ ଟୁଡେ କନକ୍ଲେଭରେ ମଂଚ ଉପରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଗୋଟିଏ ଥରରେ ୪୫ ଥର ଦଣ୍ଡ ମାରି ଚର୍ଚ୍ଚା ପାଲଟିଛନ୍ତି। କୋଲକାତାରେ ଚାଲିଥିବା ଏହି କନକ୍ଲେଭରେ ଦର୍ଶକଙ୍କ କରତାଳି ମଧ୍ୟରେ ବିପ୍ଲବ ଦେବ ଏହି ପୁସ୍‌ଅପ ମାରିଥିଲେ।

କ୍ରିଡା ମନ୍ତ୍ରୀ ରାଜବର୍ଦ୍ଦନ ସିଂହ ରାଠୋରଙ୍କ ଫିଟନେସ ଚ୍ୟାଲେଂଜକୁ ସେ ଗ୍ରହଣ କରିଛନ୍ତି ବୋଲି ଏହି ଅବସରରେ ସେ କହିଥିଲେ। ପୂର୍ବରୁ ଗତ ଜୁନ ମାସରେ ଅଗରତାଲା ଠାରେ ବିପ୍ଲବ ଦେବ କହିଥିଲେ ଯେ ଯୁବପୀଢି ଯଦି ୨୦ରୁ ୪୦ ଥର ପୁସ୍‌ଅପ ମାରନ୍ତି ତେବେ ସେମାନେ ସୁସ୍ଥ ଅନୁଭବ କରିବେ। ତ୍ରିପୁରାର ଯୁବବର୍ଗ ଦୈନିକ ୩୦ରୁ ୪୦ ଥର ଦଣ୍ଡବୈଠକ ମାରିଲେ ତ୍ରିପୁରାର ୫୬ ଇଂଚ ଛାତିହେବ, ଯାହା ରାଜ୍ୟର ବିକାଶର ସହାୟକ ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ବ୍ଲିପବ ଦେବ।

ସମ୍ବନ୍ଧିତ ଖବର