ତ୍ରିପୁରା ବିଧାନସଭା ନିର୍ବାଚନ: ୭୪ ପ୍ରତିଶତ ମତଦାନ

ମାର୍ଚ୍ଚ ୩ରେ ଫଳାଫଳ

ଅଗରତାଲା: ଆଜି ତ୍ରିପୁରାର ୬୦ଟି ବିଧାନସଭା ଆସନରୁ ୫୯ଟିରେ ରେ ଭୋଟ୍‌ ଗ୍ରହଣ ସୁରୁଖୁରୁରେ ସଂପନ୍ନ ହୋଇଛି। ଏଥିରେ ୭୪ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିସନଙ୍କ ସୂତ୍ରରୁ ଜଣାପଡ଼ିଛି। ସିପିଆଇଏମ୍‌ ପ୍ରାର୍ଥୀ ରାମେନ୍ଦ୍ର ନାରାୟଣ ଦେବଶର୍ମାଙ୍କ ମୃତ୍ୟୁ ଯୋଗୁଁ ଚରିଲମ୍‌ ନିର୍ବାଚନ ମଣ୍ଡଳୀର ମତଦାନକୁ ସ୍ଥଗିତ ରଖାଯାଇଛି। ଗତ ନିର୍ବାଚନରେ ୯୩.୬ ପ୍ରତିଶତ ମତଦାନ ହୋଇଥିବା ବେଳେ ଚଳିତବର୍ଷ ମତଦାନ ପ୍ରତିଶତ ଯଥେଷ୍ଟ କମିଛି। ରାଜ୍ୟବ୍ୟାପୀ ୩ ହଜାର ୧୭୪ଟି ପୋଲିଂ ବୁଥରେ ମତଦାନ ହୋଇଥିବା ବେଳେ ମୋଟ ୨୯୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମାଣିକ ସରକାରଙ୍କ ନେତୃତ୍ୱ୍ଵରେ ବାମପନ୍ଥୀ ସରକାର ଏବେ ରାଜ୍ୟରେ ଶାସନ କରୁଥିବା ବେଳେ ଏଥର ବାମଦଳକୁ ବିଜେପି ଓ କଂଗ୍ରେସଠାରୁ କଡ଼ା ଟକ୍କର ମିଳିଛି । ମାର୍ଚ୍ଚ ୩ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବ। ଏହି ଦିନ ମେଘାଳୟ ଓ ନାଗାଲ୍ୟାଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ମଧ୍ୟ ଘୋଷଣା ହେବ।

ସମ୍ବନ୍ଧିତ ଖବର