ନୂଆଦିଲ୍ଲୀ: ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଚାଲିଥିବା ଘମାଘୋଟ ପ୍ରଚାର ଆଜି ସନ୍ଧ୍ୟାରେ ଶେଷ ହୋଇଛି । ଶାସକ ବାମଦଳ ଏବଂ ବିଜେପି ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳୁଥିବା ବେଳେ ଏଠାରେ କଂଗ୍ରେସ ମଧ୍ୟ ତା’ର ସ୍ଥିତି ରକ୍ଷା ପାଇଁ ଜୋର୍ଦାର ପ୍ରୟାସ କରିଛି । ତ୍ରିପୁରା ବିଧାନସଭାର ୬୦ଟି ଆସନ ପାଇଁ ମୋଟ ୨୯୭ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୬୦ଟି ଆସନରୁ ୩୦ଟି ଆସନ ସାଧାରଣ ପ୍ରାର୍ଥୀଙ୍କ ପାଇଁ ଥିବା ବେଳେ ୧୦ଟି ଆସନ ଅନୁସୂଚିତ ଜାତି ଏବଂ ୨୦ଟି ଆସନ ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି। ୨୦୧୩ ବିଧାନସଭା ନିର୍ବାଚନରେ ୨୪୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ୫୦ଟି ଆସନରେ ବିଜୟ ହାସଲ କରି ବାମଦଳ ସରକାର ଗଠନ କରିଥିଲା ଏବଂ କଂଗ୍ରେସକୁ ୧୦ଟି ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା। ଏଥର ଶାସକ ବାମଦଳ ସମସ୍ତ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୫୬ଟି ଆସନରେ ଏବଂ ତ୍ରୁଣମୂଳ କଂଗ୍ରେସ ୨୪ଟି ଆସନରେ ପ୍ରାର୍ଥୀ ଦେଇଛି । ବିଜେପି ଏଥର ୫୧ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି ଏବଂ ୯ ଆସନ ସହଯୋଗୀ ଦଳ ଆଇପିଏଫ୍ଟିକୁ ଛାଡ଼ିଛି ।
ତ୍ରିପୁରା ନିର୍ବାଚନ ପ୍ରଚାର ଶେଷ
/sambad/media/post_attachments/wp-content/uploads/2018/02/DU2qv2zX0AA6JcO-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)