ନୂଆଦିଲ୍ଲୀ: ମାଲେସିଆରେ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇ ତ୍ରିପୁରାର ଜଣେ ୨୨ ବର୍ଷିୟ ଯୁବକଙ୍କର ମୃତ୍ୟୁ ହୋଇଥିବା କଥା ତାଙ୍କ ପରିବାର ଲୋକେ ଦାବି କରୁଛନ୍ତି। ମାରାତ୍ମକ କରୋନାଭାଇରସ୍ରେ ଆକ୍ରାନ୍ତ ହୋଇ ସେ ମାଲେସିଆର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
ମୃତ ଯୁବକ ହେଉଛନ୍ତି ମନିର ହୁସେନ୍। ବିଶାଳଗଡ଼ନିବାସୀ ତାଙ୍କ ବାପା ଶାହାଜାନ୍ ମିଆ କହିଛନ୍ତି କି, ଅଭିନବ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇ ସେ ମାଲେସିଆ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
ସେ କହିଛନ୍ତି: ୨୦୧୮ରୁ ମନିର ମାଲେସିଆର ଗୋଟାଏ ରେସ୍ତୋଁରାରେ କାମ କରୁଥିଲେ। ବୁଧବାର ଦିନ ରେସ୍ତୋରାଁ କର୍ମଚାରୀମାନେ ଫୋନ୍ କରି ଖବର ଦେଲେ ଯେ କରୋନାଭାଇରସ୍ ଯୋଗୁଁ ଡାକ୍ତରଖାନାରେ ତା’ର ମୃତ୍ୟୁ ଘଟିଛି।
ରାଜ୍ୟ ସରକାରଙ୍କ ସହଯୋଗରେ ତା’ର ଶବ ଆଣିବାକୁ ପରିବାର ଲୋକେ ଉଦ୍ୟମ କରୁଛନ୍ତି।
/sambad/media/post_attachments/wp-content/uploads/2020/01/coron-300x169.jpg)
କିନ୍ତୁ, ତ୍ରିପୁରା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ନିର୍ଦେଶକ ରାଧା ଦେବବର୍ମା କହିଛନ୍ତି କି, ଏ ଘଟଣା ସଂକ୍ରାନ୍ତରେ ସରକାର କୌଣସି ସୂଚନା ପାଇ ନାହାନ୍ତି।
ଅଗରତାଲା ବିମାନବନ୍ଦର ଏବଂ ଅଗରତାଲା ନିକଟ ଭାରତ-ବାଂଲାଦେଶ ସୀମାନ୍ତସ୍ଥିତ ଅଖୌରାଠାରେ ଗୁରୁବାର ଦିନ ସରକାର ସ୍ୱତନ୍ତ୍ର ସ୍କି୍ରନିଙ୍ଗ୍ ଡେସ୍କ୍ ସ୍ଥାପନ କରିଥିବା କଥା ଦେବବର୍ମା କହିଛନ୍ତି।
ଅଗରତାଲାରୁ ଚୀନ୍ ଓ ନେପାଳକୁ ଯିବା ପାଇଁ ସିଧାସଳଖ କୌଣସି ବିମାନ ନାହିଁ। କେବେ କେମିତି ନେପାଳ ଏବଂ ଅନ୍ୟ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରୁ ସଡ଼କ ପଥରେ ଲୋକେ ଅଗରତାଲା ଆସନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/corona-5.jpg)