ତ୍ରିପୁରାରେ ପୁଣି ବିଜେପିକୁ ବଡ଼ ସଫଳତା: ପଂଚାୟତ ନିର୍ବାଚନରେ ବିଜେପିର ୮୩ ପ୍ରତିଶତ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ନୂଆଦିଲ୍ଲୀ: ଗତ ଲୋକସଭା ନିର୍ବାଚନରେ ବିଜେପିକୁ ମିଳିଥିଲା ଆଶାତୀତ ସଫଳତା। ଏବେ ତ୍ରିପୁରାରେ ପୁଣି ବିଜେପିର ୮୩ ପ୍ରତିଶତ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ଏକ ବଡ଼ କଥା। ଉତ୍ତର-ପୂର୍ବ ଭାରତର ତ୍ରିପୁରାରେ ହୋଇଥିବା ଗ୍ରାମପଂଚାୟତ ନିର୍ବାଚନରେ ବିଜେପିର ୮୩ ପ୍ରତିଶତ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ।

ସୂଚନାଯୋଗ୍ୟ ତ୍ରିପୁରା ନିର୍ବାଚନ ଆୟୋଗ ଗତ ସପ୍ତାହରେ ୬୬୪୬ଟି ଗ୍ରାମପଂଚାୟତ, ପଂଚାୟତ ସମିତି ଓ ଜିଲ୍ଲା ପରିଷଦ ପାଇଁ ନିର୍ବାଚନ ଘୋଷଣା କରିଥିଲା ।ଏହି ନିର୍ବାଚନ ଲାଗି ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖ ଥିଲା ଜୁଲାଇ ୮ । ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ଜୁଲାଇ ୧୧ ତାରିଖ ନିର୍ଦ୍ଧାରିତ ହୋଇଥିଲା । ଏହାରି ମଧ୍ୟରେ ବିଜେପିକୁ ବିପୁଳ ବିଜୟ ମିଳିଥିବା ଜଣାଯାଇଛି । ମତଗଣନା ଜୁଲାଇ ୩୧ରେ ହେବ ।

photo-navbharattimes

ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି ଯେ , କ୍ଷମତାସୀନ ପାର୍ଟି ବିଜେପିର ଅଧିକାଂଶ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ପାଖାପାଖି ୮୫୦ ଗ୍ରାମପଂଚାୟତ, ୮୫ ପଂଚାୟତ ସମିତି ଓ ୮୦ ଜିଲ୍ଲା ପରିଷଦରେ ଜୁଲାଇ ୨୭ରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ । ରାଜ୍ୟ ନିର୍ବାଚନର ଜଣେ ଅଧିକାରୀ କହିଛନ୍ତି, ସିପିଆଇଏମ ଏବଂ କଂଗ୍ରେସ ସମେତ ଅନେକ ଦଳ ଅଧିକାଂଶ ଆସନରେ ନିଜର ପ୍ରାର୍ଥୀ ଦେଇ ନାହାନ୍ତି । ଏହା ବ୍ୟତୀତ ଦୁଇ ଅନ୍ୟ ପାର୍ଟି ମଧ୍ୟ ନିଜର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି ।

ସମ୍ବନ୍ଧିତ ଖବର