ତ୍ରିପୁରା ବିଜେପି ଉପାଧ୍ୟକ୍ଷ କଂଗ୍ରେସରେ ସାମିଲ

ଅଗରତାଲା: ତ୍ରିପୁରାରେ ବିଜେପିକୁ  କଡ଼ା ଝଟ୍‌କା ଲାଗିଛି। ଦଳର ରାଜ୍ୟ ଉପାଧ୍ୟକ୍ଷ ସୁବଳ ଭୌମିକ ଆଜି ଦଳ ଛାଡ଼ି କଂଗ୍ରେସରେ ମିଶିଛନ୍ତି। ଦଳ ଉପରେ ସେ ବୋଝ ହେବା ପରି ଅନୁଭବ କରିବାରୁ ସେ ଦଳ ଛାଡ଼ିଲେ ବୋଲି ସୁବଳ ନିଜ ଇସ୍ତଫାପତ୍ର ତ୍ରିପୁରା ମୁଖ୍ୟମନ୍ତ୍ରୀ ବି‌ପ୍ଳବ କୁମାର ଦେବଙ୍କୁ ଦେଇ କହିଛନ୍ତି। ସୁବଳଙ୍କ ସହ ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ପ୍ରକାଶ ଦାସ ଏବଂ ବିଜେପି କିଷାନ ମୋର୍ଚ୍ଚା ଉପାଧ୍ୟକ୍ଷ ପ୍ରେମତୋଶ ଦେବନାଥ ମଧ୍ୟ ଆଜି କଂଗ୍ରେସରେ ‌‌ଯୋଗ ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତ୍ରିପୁରା ଗସ୍ତ କରିବାର ମାତ୍ର କିଛି ଘଣ୍ଟା ପୂର୍ବରୁ ଏହି ନେତାମାନେ କଂଗ୍ରେସରେ ମିଶି ବିଜେପିର ଅଡୁଆ ବଢ଼ାଇଛନ୍ତି। ତ୍ରିପୁରାର ଦୁଇଟି ଯାକ ଲୋକସଭା ଆସନରେ ବିଜେପିକୁ କଂଗ୍ରେସ ହରାଇବ ବୋଲି ତ୍ରିପୁରା କଂଗ୍ରେସ ଅଧ୍ୟକ୍ଷ ପ୍ରଦ୍ୟୋତ କିଶୋର ମାଣିକ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର