ନୂଆଦିଲ୍ଲୀ : ଗଲଓ୍ବାନ ସମ୍ପର୍କରେ ଚୀନ ଗଣମାଧ୍ୟମର ଦୁସ୍ପ୍ରଚାରର କଡ଼ା ଜବାବ ଦେଇଛି ଭାରତ । ଜାନୁଆରି ୧ରେ ଚୀନ ପକ୍ଷରୁ ଗଲଓ୍ବାନ ଉପତ୍ୟାକା ରେ ଚୀନ ପତାକା ଉଡ଼ାଇବାର ଭିଡିଓ ଜାରି କରିଥିଲା । ଏହା ଦ୍ବାରା ଚୀନ ପ୍ରମାଣକରିବାକୁ ଚାହୁଁଥିଲା ଯେ ଗଲଓ୍ବାନ ଘାଟି ଏବେ ଚୀନ କବଜାରେ ରହିଛି । ତେବେ ଚୀନର ଏହି ଭିଡିଓକୁ ପ୍ରତ୍ୟାଖ୍ୟାନ କରିଦେଇଥିଲା ଭାରତୀୟ ସେନା ଓ ସରକାର । ଚୀନ ପକ୍ଷରୁ ନିଜର ନିୟନ୍ତ୍ରଣରେ ଥିବା ଅଂଚଳରେ ଭିଡିଓ କରାଯାଇଥିଲା । ସଂଘର୍ଷ ହୋଇଥିବା ଅଂଚଳ ଏବେ ବି ଭାରତୀୟ ସେନା ନିୟନ୍ତ୍ରଣରେ ରହିଥିବା ଦର୍ଶାଇବାକୁ ଭାରତ ପକ୍ଷରୁ ଦୁଇଟି ନୂଆ ଫଟୋ ଜାରି କରାଯାଇଛି । ଏଥିରେ ଦେଖାଯାଉଛି ଯେ ଗଲଓ୍ବାନର ବରଫାବୃତ୍ତ ଇଲାକାରେ ଭାରତୀୟ ସେନା ତ୍ରିରଙ୍ଗା ଉଡ଼ାଉଛନ୍ତି ।
The JOSH of #IndianArmy is always high even at freezing temperature of below -8°C !!
Spent time with brave Army Jawans from Assam Regiment & Arunachal Scouts. We walked at RR Hills near Bomdila, Arunachal Pradesh. pic.twitter.com/xSevU7Wk6m
— Kiren Rijiju (@KirenRijiju) December 30, 2021
ଭାରତ ଓ ଚୀନ ଫଟୋକୁ ତୁଳନା କଲେ ବି ଚୀନର ମିଛ ଜଳ ଜଳ ଦେଖାଯାଉଛି । ଚୀନ ପକ୍ଷରୁ ଜାରି ଭିଡ଼ିଓ ଜାନୁଆରି ୧ର ହୋଇଥିବା ଦାବି କରାଯାଉଥିଲେ ମଧ୍ୟ ସେଥିରେ କୌଣସି ବରଫ ନାହିଁ । ଶୀତ ଦିନେ ଗଲଓ୍ବାନ ଘାଟିରେ ବରଫ ନ ରହିବା ଅସମ୍ଭବ । କିନ୍ତୁ ଭାରତୀୟ ସେନାର ଫଟୋରେ ଘାଟିରେ ପ୍ରବଳ ବରଫ ପଡ଼ିଥିବା ଦେଖାଯାଉଛି ।
୨୦୨୦ ଜୁନ ମାସରେ ଗଲଓ୍ବାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ଘଟି ୨୦ ଭାରତୀୟ ସୈନ୍ୟ ସହିଦ ହୋଇଥିବାବେଳେ ମାତ୍ର ୪ ଜଣ ସୈନ୍ୟ ମରିଥିଲେ ବୋଲି ଚୀନ ଦାବି କରୁଛି । କିନ୍ତୁ ଚୀନର ଅଧିକ ସଂଖ୍ୟକ ସୈନ୍ୟ ମରିଥିବା ବିଭିନ୍ନ ଅନ୍ତର୍ଜାତୀୟ ଗୁଇନ୍ଦା ଏଜେନ୍ସି କହୁଛନ୍ତି । ଏହି ସଂଘର୍ଷ ପରେ ଉଭୟ ପକ୍ଷ ଏଲଏସିର ବିଭିନ୍ନ ଅଞ୍ଚଳରେ ଅଧିକ ସଂଖ୍ୟକ ସେନା ମୁତୟନ କରିଥିଲେ । ଏହା ଫଳରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଯାଇଥିଲା । ପରେ କେତେକ ବିବାଦୀୟ ଅଞ୍ଚଳରୁ ଉଭୟ ଦେଶ ସେନା ପ୍ରତ୍ୟାହାର କରିଥିଲେ ବି ଏବେ ବି କେତେକ ଅଞ୍ଚଳରେ ଉଭୟ ଦେଶର ସୈନ୍ୟ ଅଛନ୍ତି ।