ନାସା ଟୁଇଟ କରିଥିବା ଫଟୋରେ ହିନ୍ଦୁ ଦେବା-ଦେବୀଙ୍କ ଫଟୋ ଦେଖି ଟ୍ରୋଲ କଲେ ସୋସିଆଲ ମିଡିଆ ବ୍ୟବହାରକାରୀ

ନୂଆଦିଲ୍ଲୀ: ଆମେରିକା ମହାକାଶ ଏଜେନ୍ସି ନାସା ଭାରତୀୟ ମୂଳର ଇଣ୍ଟର୍ନ ପ୍ରତିମା ରାୟଙ୍କ ହିନ୍ଦୁ ଦେବା-ଦେବୀଙ୍କ ସହିତ ଏକ ଫଟୋ ଟୁଇଟ କରିଥିଲା। ଯାହାକୁ  ନେଇ ବିବାଦ ଆରମ୍ଭ ହୋଇଯାଇଛି। ନାସା ଦୁନିଆର ଲୋକଙ୍କୁ ଇଣ୍ଟର୍ନସିପ ଆବେଦନ ମାଗିବା ପାଇଁ ଏକ ଟୁଇଟ କରିଥିଲା।

‌ତେବେ ଏହି ଟୁଇଟରେ ଅନେକ ଇଣ୍ଟର୍ନଙ୍କ ଫଟୋ ରହିଥିବା ବେଳେ ଭାରତୀୟ ମୂଳର ଇଣ୍ଟର୍ନ ପ୍ରତିମା ରାୟଙ୍କ ସେୟାର ହୋଇଥିବା ଫଟୋରେ  ହିନ୍ଦୁ ଦେବା-ଦେବୀଙ୍କ ଫଟୋ ଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ କିଛି ବୁଦ୍ଧିଜୀବୀ ନାସା ଓ ପ୍ରତିମାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି।

ଏଥିସହିତ ଏହି ଫଟୋକୁ ଦେଖିବା ପରେ ଲୋକେ ନାସାର ବୈଜ୍ଞାନିକମାନଙ୍କ ଚିନ୍ତାଧାରକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି। ଏମିତି ବି ଅନେକ ଲୋକ ଅଛନ୍ତି ଯେଉଁମାନେ କହିଛନ୍ତି କି, ନିଜର ଧର୍ମକୁ ନିଷ୍ଠାର ସହ ପାଳନ କରିବାରେ କ’ଣ ଅସୁବିଧା ରହିଛି।

 

ଏହି ଫଟୋକୁ ନେଇ ସୋସିଆଲ ମିଡିଆରେ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। କେତେକ ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଫଟୋର ମଜାକ ବି ଉଡାଇଛନ୍ତି।

ନାସାର ଏଭଳି ଫଟୋର ମଜାକ ଉଡ଼ାଉଥିବା ଲୋକଙ୍କୁ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ କହିବାକୁ ଚାହାନ୍ତି କି, ହିଜାବ ବାଲ୍ୟବିବାହକୁ ଚୟନ କରିବା ସ୍ବାଧୀନତାକୁ ନେଇ ସମ୍ମାନ ଦିଆଯାଉଛି କିନ୍ତୁ ଜଣେ ହିନ୍ଦୁ ମହିଳା ନିଜ ଧର୍ମର ପାଳନ କରୁଛି ତାଙ୍କୁ ମୁର୍ଖ ବୋଲି କୁହାଯାଉଛି। ଆପଣଙ୍କ ପକ୍ଷପାତ ମହିଳାଙ୍କୁ ଆହୁରି ଅଧିକ ଶକ୍ତିଶାଳୀ କରିବ।

 

ସେହିପରି ଆଉ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ତାଙ୍କୁ ଖୁସି ହେଉଛି କି ପ୍ରତିମା ଗର୍ବର ସହ ନିଜ ଧର୍ମକୁ ଦେଖାଇଛନ୍ତି।

ନାସା ସେୟାର କରିଥିବା ଫଟୋରେ ପ୍ରତିମା ରାୟ ଦେବୀ ସ୍ବରସ୍ବତୀ, ଦେବୀ ଦୁର୍ଗା, ଭଗବାନ ରାମ-ସୀତାଙ୍କ ମୂର୍ତ୍ତି ଓ ଫଟୋ ସହିତ ବସିଥିବା ଦେଖିବାକୁ ମିଳୁଛି। ସେଠାରେ ଏକ ଶିବଲିଙ୍ଗ ବି ରଖାଯାଇଛି। ପ୍ରତିମାଙ୍କ ପାଖରେ ଏକ ଲ୍ୟାପଟପ ବି ରଖାଯାଇଛି ଯେଉଁଥିରେ ନାସାର ଲୋଗ ଥିବା ଦେଖିବାକୁ ମିଳୁଛି। ପ୍ରତିମା ପିନ୍ଧିଥିବା ପୋଷାକରେ ବି ନାସାର ଲୋଗ ରହିଥିବା ନଜରକୁ ଆସିଛି।

ଜଣେ ଟୁଇଟର ବ୍ୟବହାରକାରୀ ଲେଖିଛନ୍ତି, ହିନ୍ଦୁମାନଙ୍କୁ ନିଜ ଚାରିପାଖରେ ଦେବା-ଦେବୀଙ୍କ ମୂର୍ତ୍ତି ରଖିବା କ’ଣ ଆବଶ୍ୟକ? ନାସାକୁ ଏଭଳି ଫଟୋ ଟୁଇଟ କରିବାର କାରଣ କ’ଣ ରହିଛି?
ସମ୍ବନ୍ଧିତ ଖବର