ଆମେରିକାର ବାହାମାସ ଆଡକୁ ମାଡିଆସୁଛି ଆଉ ଏକ ସାମୁଦ୍ରିକ ବାତ୍ୟା ହମ୍ବୋର୍ଟୋ, ଦୁଇ ସପ୍ତାହ ମଧ୍ୟରେ ୨ୟ ବାତ୍ୟା

ଫ୍ଲୋରିଡା : ଅଗଷ୍ଟ ଶେଷ ସପ୍ତାହରେ ଆସିଥିବା ଭୟଙ୍କର ଡୋରିଆନ ସାମୁଦ୍ରିକ ଝଡ଼ା ଯୋଗୁଁ ଆମେରିକାର ବାହାମାସ ଦ୍ୱୀପ ଛାରଖାର ହୋଇଯାଇଥିଲା । ଏବେବି ପ୍ରାୟ ୧୩୦୦ ଲୋକ ନିଖୋଜ ଅଛନ୍ତି । କିନ୍ତୁ ଆଉ ଏକ ନୂଆ ବିପଦ ଏହି ଦ୍ୱୀପ ଆଡକୁ ମାଡିଆସୁଛି । ଏହାର ନାଁ ରଖାଯାଇଛି ହମ୍ବୋର୍ଟୋ । ଶନିବାର ସୁଦ୍ଧା ଏହି ଅବପାତ ଏକ ହରିକେନ ବା ଭୟଙ୍କର ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଆମେରିକାର ନ୍ୟାସନାଲ ହରିକେନ ସେଣ୍ଟର ପକ୍ଷରୁ ଚେତାବନୀ ଜାରି କରାଯାଇଛି ।

ଏହି ହରିକେନ ଗ୍ରାଣ୍ଡ ବାହାମା ଓ ଆବାକୋ ଦେଇ ଫ୍ଲୋରିଡା ନିକଟରେ ଲାଣ୍ଡଫଲ କରିବାର ସମ୍ଭାବନା ରହିଛି । ଏହା ଦ୍ୱାରା ପ୍ରବଳ ବେଗରେ ପବନ ବୋହିବାର ସମ୍ଭାବନା ଥିବାବେଳେ ଉଚ୍ଚ ସାମୁଦ୍ରିକ ଜୁଆର ଆସିବାର ସମ୍ଭାବନା ରହିଛି । ତେବେ ଡୋରିଆନ ତୁଳନାରେ ଏହାର ପ୍ରଭାବ କମ ରହିବା ଆଶା କରାଯାଉଛି ବୋଲି ନ୍ୟାସନାଲ ହରିକେନ ସେଣ୍ଟର ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର