ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖା ଅଂଚଳରେ ପ୍ରବଳ ଗୁଳିବର୍ଷା ଜାରି ରହିଛି। ଭାରତର ୧୮ଟି ଗ୍ରାମକୁ ପାକିସ୍ତାନ ଟାର୍ଗେଟ କରିଥିବା ବେଳେ ଗ୍ରାମବାସୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପୁଞ୍ଚ, ଆର୍ଣ୍ଣିଆ ଏବଂ ଆର୍ଏସ୍ ପୁରା ସେକ୍ଟର ଅଂଚଳରେ ପାକିସ୍ତାନର ପ୍ରବଳ ଗୁଳିଗୋଳା ମାଡ଼ ଯୋଗୁଁ ଶତାଧିକ ଘର କ୍ଷତିଗ୍ରସ୍ତ ହୋଇଛି। ୨ ଜଣ ବିଏସ୍୍ଏଫ୍ ଯବାନଙ୍କ ସମେତ ୭ ଜଣ ଆହତ ହୋଇଛନ୍ତି। ବିଗତ ୧୦ ଦିନ ମଧ୍ୟରେ ଏହି ଅଂଚଳର ପ୍ରାୟ ୧୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସେନା ସ୍ଥାନାନ୍ତର କରିଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖାଯାଇଛି । ଆର୍ଏସ୍ପୁରା ସେକ୍ଟର ଏବଂ ରାମଗଡ଼ ସେକ୍ଟରରେ ବିଏସ୍ଏଫ୍ ପୋଷ୍ଟ ଉପରେ ଗୁଳିମାଡ଼ ଯୋଗୁଁ ୨ ଜଣ ଯବାନ ଆହତ ହୋଇଛନ୍ତି। ଗତ ରାତିରେ ପୁଞ୍ଚ ଜିଲ୍ଲାର କେତେକ ସ୍ପର୍ଶକାତର ଗ୍ରାମରୁ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସୀମାରେ ଉତ୍ତେଜନା ହ୍ରାସ ନିମନ୍ତେ ଭାରତ-ପାକିସ୍ତାନ ଡିଜିଏମ୍୍ଓସ୍ତରୀୟ କଥାବାର୍ତ୍ତା ଭଣ୍ଡୁର ହୋଇଛି। ସେନା ଅନୁରୋଧରେ ଦୁଇ ଦେଶର ଡିଜିଏମ୍ଓଙ୍କ ମଧ୍ୟରେ ହଟ୍ଲାଇନ ମାଧ୍ୟମରେ ଗତକାଲି କଥାବାର୍ତ୍ତା ହୋଇଥିଲା। ଏଥିରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଳ୍ଲଙ୍ଘନ ହେଉଥିବାରୁ ପାଲଟା ଜବାବ ଦେବାକୁ ଭାରତୀୟ ସେନାର ଅଧିକାର ରହିଛି ବୋଲି ଭାରତ ଡିଜିଏମ୍ଓ ଲେଫ୍ଟନାଣ୍ଟ ଜେନେରାଲ ଏକେ ଭଟ୍ଟ ଆଜି ପାକିସ୍ତାନ ପ୍ରତିପକ୍ଷ ମେଜର ଜେନେରାଲ ସହିର ସମସଦ ମିର୍ଜାଙ୍କୁୁ ସ୍ପଷ୍ଟଭାବେ ଜଣାଇ ଦେଇଛନ୍ତି। ଚଳିତ ବର୍ଷ ଅଗଷ୍ଟ ୧ ତାରିଖ ସୁଦ୍ଧା ପାକିସ୍ତାନ ୨୮୫ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି।
ଏଲ୍୍ଓସିରେ ଭୟଙ୍କର ଗୁଳିବର୍ଷା, ୧୮ଟି ଗ୍ରାମର ବାସିନ୍ଦାଙ୍କୁ ସ୍ଥାନାନ୍ତର
୭ ଆହତ, ଗ୍ରାମବାସୀଙ୍କୁ ସ୍ଥାନାନ୍ତର
/sambad/media/post_attachments/wp-content/uploads/2017/09/retaliation-story_647_110616044001.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)