ରିଓ ଡେ ଜନେରିଓ(ବ୍ରାଜିଲ୍) : ବ୍ରାଜିଲ୍ର ଏକ ନର୍ସରି ସ୍କୁଲରେ ଜଣେ ସୁରକ୍ଷା କର୍ମୀ ୬ ଜଣ ବିଦ୍ୟାର୍ଥୀଙ୍କ ସହ ଜଣେ ଶିକ୍ଷକଙ୍କୁ ବୀଭତ୍ସ ଭାବେ ହତ୍ୟା କରିଛିି। ଜାନୌବା ସହର ସ୍ଥିତ ଏହି ନର୍ସରି ସ୍କୁଲ୍ରେ ସୁରକ୍ଷା କର୍ମୀ ଜଣକ ଶିଶୁମାନଙ୍କ ଶରୀରରେ ଆଲ୍କୋହଲ ଢାଳି ନିଅାଁ ଲଗାଇ ଦେଇଛି। ଏଥିରେ ସମସ୍ତେ ଜିଅନ୍ତା ଜଳିଯାଇଥିବା ବେଳେ ନିଜେ ଆତତାୟୀ ମଧ୍ୟ ଏଥିରେ ଦଗ୍ଧ ହୋଇ ପ୍ରାଣ ହରାଇଛି। ଏହି ନରକୀୟ କାଣ୍ଡରେ ୫୦ରୁ ଊର୍ଦ୍ଧ୍ୱ ଶିଶୁ ମଧ୍ୟ ଆହତ ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଉକ୍ତ ସୁରକ୍ଷା କର୍ମୀ ଜଣକ ମାନସିକ ବିକାରଗ୍ରସ୍ତ ଥିବାରୁ ଏମିତି କାଣ୍ଡ ଘଟାଇଥିବା ଜଣାଯାଇଛି।
ନର୍ସରି ସ୍କୁଲ୍ରେ ଆତଙ୍କ: ସୁରକ୍ଷା କର୍ମୀ ୬ ଶିଶୁଙ୍କୁ ଜାଳିଦେଲା
/sambad/media/post_attachments/wp-content/uploads/2017/10/d4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)